Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟ ସରକାର ଚତୁର୍ଥ ଟର୍ମର ୪ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ବିଜେପି ଆଣିଛି ମହାଦୁର୍ନୀତି ଅଭିଯୋଗ

21/05/2018 at 10:24 AM

ରାଜ୍ୟ ସରକାର ଚତୁର୍ଥ ଟର୍ମର ୪ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ବିଜେପି ଆଣିଛି ମହାଦୁର୍ନୀତି ଅଭିଯୋଗ । ୧୮ ବର୍ଷରେ ୩୬ ମହାଦୁର୍ନୀତିର ଚାର୍ଜସିଟ୍ ଆଣିଛି ବିଜେପି । ଏନେଇ ବିଜେପି ଜାରି କରିଛି ବୁକଲେଟ । ବିଜେଡିର ମହାଦୁର୍ନୀତି ନେଇ ତୃଣମୂଳ ସ୍ତରକୁ ଯିବ ଦଳ । ୩୬ ମହାଦୁର୍ନୀତି ମଧ୍ୟରେ ରହିଛି ଚିଟଫଣ୍ଡ, ଖଣି, ଡାଲି , ଜମି, ମନରେଗା , ପକ୍କା ଘର ପାଇଁ ପିସି, ଅଙ୍ଗନବାଡି ଛତୁଆ, ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର, ପିସି କାରବାର, ଧାନ କିଣା ଦୁର୍ନୀତି, ଇତ୍ୟାଦି । କେବଳ ସେତିକି ନୁହେଁ, କେଉଁଥିରେ କେତେ ଟଙ୍କାର ଦୁର୍ନୀତି ହୋଇଛି ତାର ମଧ୍ୟ ତାଲିକା ଦେଇଛି ଦଳ । ଏ ସବୁ ମହାଦୁର୍ନୀତି ପ୍ରସଙ୍ଗ ଉଠାରେ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା । ବିଜେଡି ଏହା ଉପରେ ପ୍ରତିକ୍ରିୟା ଦେଇ କହିଛି, ବିଜେପି ହିଟଲରଙ୍କ ମନ୍ତ୍ରୀ ଗୋବେଲ୍ସଙ୍କ ଥିଓରି ଆପଣାଉଛି । ମିଛ ପ୍ରଚାର କରି ଅନ୍ୟ ରାଜ୍ୟର ସରକାରଙ୍କୁ ବଦନାମ କରି ବିଜେପି ସତ୍ତା ଦାଖଲ କରିବାକୁ ଚାହୁଁଛି । ଓଡିଶାବାସୀ ତାଙ୍କ କଥାରେ ଭଳିବେ ନାହିଁ ବୋଲି କହିଛନ୍ତି ବିଜେଡି ନେତା ଅରୁଣ ସାହୁ। କଂଗ୍ରେସ ମଧ୍ୟ ରଖିଛି ଏହା ଉପରେ ପ୍ରତିକ୍ରିୟା । ଯଦି ୩୬ ଦୁର୍ନୀତି ହୋଇଛି ତେବେ ଏଥିରେ ବିଜେପିର ଭାଗ କେତେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

Leave a Reply

   Related Posts