ରାଜ୍ୟ କଂଗ୍ରେସକୁ ସକ୍ରିୟ କରିବା ଲାଗି ଏଆଇସିସିର ଉଦ୍ୟମ
18/04/2018 at 3:39 AM

ରାଜ୍ୟ କଂଗ୍ରେସକୁ ସକ୍ରିୟ କରିବା ଲାଗି ପୁଣିଥରେ ଉଦ୍ୟମ ଆରମ୍ଭ କରିଛି ଏଆଇସିସି । ପିସିସି ପ୍ରଭାରି ଓ ସହ ପ୍ରଭାରୀ ବଦଳିବା ପରେ ଏବେ ସଂଗଠନ ସଜାଡିବା ଲାଗି ଉଦ୍ୟମ କରୁଛନ୍ତି ନୂଆ ପ୍ରଭାରି ଜିତେନ୍ଦ୍ର ସିଂହ । ଏଥିଲାଗି ପିସିସି ନେତା ମାନଙ୍କୁ ଦିଲ୍ଲୀ ଡକାଇ ଆଲୋଚନା କରୁଛନ୍ତି । ଏହି କ୍ରମରେ ଆସନ୍ତା କାଲି ଚିରଞ୍ଜୀବ ବିଶ୍ବାଳ ,ନବ ଦାସ ଓ ପ୍ରଦୀପ ମାଝୀଙ୍କୁ ଦିଲ୍ଲୀ ଡକାଯାଇଛି । ନୂଆ ପ୍ରଭାରୀ ଓ ସଂପାଦକଙ୍କୁ ଭେଟିବା ପରେ ଏମାନେ ରାହୁଲଙ୍କୁ ଭେଟିବେ । ରାଜ୍ୟ ସଂଗଠନ ଓ ଦଳ ବିପର୍ଯ୍ୟୟ କାରଣ ନେଇ ରାହୁଲଙ୍କ ସହ ଆଲୋଚନା କରିବେ ।