scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅବସର ନେଲେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କହିଲେ- ରାଜନୀତିରେ କେବେ ନଥାଏ ଅନ୍ତ

2/07/2022 at 12:12 PM

ନୂଆଦିଲ୍ଲୀ ୦୨/୦୭: ରାଜ୍ୟସଭା ସାଂସଦ ଭାବେ ଅବସର ନେଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଦୀର୍ଘ ୩୦ ବର୍ଷର ରାଜନୈତିକ ଜୀବନରେ ଅନେକ ପରିବର୍ତ୍ତନ ଦେଖିଛନ୍ତି । ଲୋକସଭାରେ ହେଉ କି ରାଜ୍ୟ ସଭାରେ ହେଉ ଓଡ଼ିଶାର ପ୍ରସଙ୍ଗ ନେଇ ଶାଣିତ ସ୍ୱର ଉଠାଇଛନ୍ତି ସଂସଦରେ । ବିଜେଡି ସୁପ୍ରିମୋ ମଧ୍ୟ ତାଙ୍କୁ ଅନେକ ବଡ଼ ଏବଂ ଗୁରୁଦାୟିତ୍ଵ ଦେଇଛନ୍ତି । ଯାହାକୁ ସେ ସଠିକ୍ ନିର୍ବାହ କରିଛନ୍ତି ।

ରାଜ୍ୟସଭାରେ ସେ ଅନେକ ପ୍ରସଙ୍ଗରେ ଦଳର ସ୍ୱର ସାଜିଛନ୍ତି । ଦିଲ୍ଲୀର ୪, ଫିରୋଜ ଶାହା ସରକାରୀ ବାସଭବନରେ ରହୁଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଯାହାକୁ ବର୍ତ୍ତମାନ ସେ ଖାଲି କରିଛନ୍ତି । ଆଜି ସେ ଏହି ବାସଭବନ ଖାଲି କରିବା ସମୟରେ କହିଥିଲେ ରାଜନୀତି ଏବଂ ସଂସଦ ସମ୍ପର୍କରେ ନିଜ ଅନୁଭୂତି । ନିଜ ରାଜନୈତିକ ଜୀବନରେ ବିଜୁ ବାବୁଙ୍କଠୁ ଅନୁପ୍ରାଣିତ ଏବଂ ଦଳରେ ଅନୁଶାସନରେ ନିଜକୁ ରଖିଥିବା ଜଣେ ଅନନ୍ୟ ନେତା ପ୍ରସନ୍ନ ଆଚାର୍ଯ୍ୟ ।

ଦିଲ୍ଲୀର ସରକାରୀ ବାସଭବନ ଛାଡ଼ିବା ସମୟ ରେ ନିଜ ରଜୈନିତିକ ଜୀବନ ଏବଂ ସଂସଦର ଅନୁଭବ ବିଷୟରେ କହିଛନ୍ତି । ସେ କହିଛନ୍ତି ରାଜନୀତିରେ କେବେ ଅବସର ନଥାଏ । ଲୋକଙ୍କ ପାଇଁ କାମ କରିବାକୁ ଦଳ ଯେଉଁ ଦାୟିତ୍ଵ ଦେବ ତାକୁ ନିର୍ବାହ କରିବି । ଲୋକଙ୍କ ସହିତ ରହିବି ।

   Related Posts