ରାଜ୍ୟରେ ଦୁଷ୍କର୍ମ ଘଟଣା ବଢୁଥିବା ଅଭିଯୋଗରେ ରାଜନୀତି ପଡୁଛି ଉଠୁଛି
18/05/2018 at 5:14 AM

ରାଜ୍ୟରେ ଦୁଷ୍କର୍ମ ଘଟଣା ବଢୁଥିବା ଅଭିଯୋଗରେ ରାଜନୀତି ପଡୁଛି ଉଠୁଛି । ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ନାରା ଦେଇ ବିଜେପି ଆରମ୍ଭ କରିଛି, ମହିଳା ସୁରକ୍ଷା ଯାତ୍ରା । ଏପଟେ ରାଜ୍ୟ ସରକାର ମଧ୍ୟ ନାରୀ ସୁରକ୍ଷା ପାଇଂ ଉଚିତ ପଦକ୍ଷେପ ନେଉଥିବା କଥା କହୁଛନ୍ତି । ହେଲେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ନାବାଳିକା ଦୁଷ୍କର୍ମ ଘଟଣା ପୁଣି ଲଜ୍ଜା ଆଣିଛି । ଗୁରୁବାର ଗୋଟିଏ ଦିନରେ ୬ଟି ନାବାଳିକା ଦୁଷ୍କର୍ମ ଘଟଣା ସମ୍ନାକୁ ଆସିଛି । ସାଲେପୁର ପିକୋଳ ପଞ୍ଚାୟତ ଅଞ୍ଚଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ଲୋକ ଲଜ୍ଜା ଭୟରେ ନାବାଳିକାର ପରିବାର ଲୋକେ ଚୁପ୍ ବସିଥିଲେ। ଏମିତିକି ଘଟଣାକୁ ଚପାଇ ଦେବା ପାଇଁ ଚାପ ବି ପକାଉଥିଲେ କିଛି ପ୍ରଭାବଶାଳୀ । କିନ୍ତୁ ଘଟଣା ସମ୍ପର୍କରେ କଟକ ଚାଇଲ୍ଡଲାଇନ୍ ଜାଣିବା ପରେ ଦୁଷ୍କର୍ମ ଶିକାର ନାବାଳିକାଙ୍କ ପରିବାରକୁ ଭେଟି ଆଲୋଚନା କରିଥିଲେ । ଏହାପରେ ସାଲେପୁର ଥାନାରେ ନିଜଆଡୁ ଏକ ମାମଲା ଦାୟର କରିଛନ୍ତି କଟକ ଚାଇଲ୍ଡ ଲାଇନ୍ ।
ସେପଟେ ନବରଙ୍ଗପୁର ଥାନା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଗତ ୨୫ ତାରିଖରେ ଘଟଣା ଘଟିଥିବା ନେଇ ମା’ ଘର ସହାୟତାରେ ଥାନାରେ ଏତଲା ଦେଲେ ପୀଡିତା । ଗାଁ ପାଖ ଆମ୍ବତୋଟାକୁ ଶୌଚ ପାଇଁ ଯାଇଥିବା ବେଳେ ଗାଁ ରାମଚନ୍ଦ୍ର ତନ୍ତି ନାମକ ଯୁବକ ତାର ଜଣେ ସହଯୋଗୀ ସହ ମୋଟରସାଇକେଲରେ ଆସି ଜୋରଜବରଦସ୍ତ ବସାଇ କୋରାପୁଟ ସାହାଣୀଗୁଡା ଗାଁକୁ ନେଇଯାଇଥିଲା । ସେଠାରେ ତାକୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ପୀଡିତା କହିଛି ।
ସେହିପରି କଟକ ପ୍ରେସ ଛକ ତେଲଗୁ ବସ୍ତିର ଜଣେ ନାବାଳିକାକୁ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ । ପୀଡିତାଙ୍କୁ ମାସେ ତଳେ ଦୁଷ୍ମର୍ମ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ୬୫ ବର୍ଷର ବୃଦ୍ଧ ନାବାଳିକାକୁ ଦୁଷ୍କର୍ମ କରିଥିବା ମହିଳା ଥାନାରେ ଏତଲା ହୋଇଥିଲା । ଏତଲା ଆଧାରରେ ଅଭିଯୁକ୍ତ ଜଗନ୍ନାଥ ମହାପାତ୍ରକୁ ଗିରଫ କରିଛି ପୋଲିସ ।..
ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ରିଆ ଗାଁରେ ଜଣେ ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ପଡୋଶୀ ଚେଙ୍ଗ ନାମକ ଜଣେ ଯୁବକ ତାକୁ ପ୍ରେମ କରୁଥିବା ଓ ବିବାହ ର ପ୍ରଲୋଭନ ଦେଖାଇ ତାସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ନାବାଳିକା ଜଣଙ୍କ ମନା କରିବାରୁ ଶୌଚ କରିବାକୁ ଯାଇଥିବା ବେଳେ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡିତା ବାଲେଶ୍ବର ଶିଶୁ କଲ୍ୟାଣ ସମିତିରେ ଅଭିଯୋଗ କରିଥିଲେ । ଅଭିଯୁକ୍ତକୁ ଚେଙ୍ଗକୁ ସିମୁଳିଆ ପୋଲିସ ଗିରଫ କରିବା ସହ ତାର ଡାକ୍ତରୀମାଇନା କରାଯାଇଛି ।
ଜଳେଶ୍ବରରେ ୧୦ ବର୍ଷର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘରେ କେହି ନଥିବାର ସୁଯୋଗ ନେଇ ସେହି ଗାଁର ୫୬ ବର୍ଛିୟ ମନ୍ମଥ ଜେନା ନାମକ ଜଣେ ବ୍ୟକ୍ତି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ନାବାଳିକାର ପାଟି କରିବାରୁ ଅଭିଯୁକ୍ତ ଖସି ପଳାଇଥିଲା । ଏ ନେଇ ବାଲିଆପାଳ ଥାନାରେ ନାବାଳିକାର ପରିବାର ଲୋକେ ଅଭିଯୋଗ ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ ଚଳାଇଛି ।
ସେପଟେ ଗୋପ ଥାନା ଯୋଗେଶ୍ବର ପୁର ପ୍ରାଥମିକ ବିଦ୍ୟାଳୟରେ ଜଣେ ୯ ବର୍ଷର ନାବଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ । ଅଭିଯୁକ୍ତ ନୂଆହାଟ ସିଙ୍ଗିପାଟଣାର କାର୍ତ୍ତିକ ସାହୁ । ଗତ ୧୦ ତାରିଖରେ ୪ଟା ବେଳେ ସ୍କୁଲରେ ଖେଳୁଥିବା ବେଳେ ନାବାଳିକାକୁ ଅଭିଯୁକ୍ତ ଟେକି ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଥିଲା । ଏପରିକି ନାବାଳିକା ପାଟି କରିବାରୁ ତାର ତଣ୍ଟି ଚିପିବା ସହ ମୁଣ୍ଡକୁ ଆଘାତ ଦେଇଥିଲା । ଗୁରୁତର ଅବସ୍ଥାରେ ଭୁବନେଶ୍ବରରେ ପୀଡିତା ଚିକିତ୍ସିତ ହେଉଛି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ଡାକ୍ତରୀ ମାଇନା କରି କୋର୍ଟ ଚାସଲଣ କରିଛି ।