ରାଉରକେଲାରେ କେବେ ପୁରଣ ହେବ ମୋଦି ଦେଇଥିବା ପ୍ରତିଶୃତି
24/05/2018 at 6:00 PM

ଆସନ୍ତା ୨୬ ତାରିଖରେ ଓଡ଼ଶା ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୫ ଅପ୍ରିଲ 1 ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ଆସିଥିଲେ ରାଉରକେଲା। କରିଥିଲେ ଆଇ.ଜି.ଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ ସହ ବ୍ରାହ୍ମଣୀ ଉପରେ ଦ୍ବିତୀୟ ବ୍ରୀଜ୍ ନିର୍ମାଣ ପାଇଁ ଘୋଷଣା। ହଲେ ତିନି ବର୍ଷ ବିତିଗଲା କାମ ଆରମ୍ଭ ହେଲାନାହିଁ । ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେବାପାଇଁ ସାମାଜିକ ଅନୁଷ୍ଠାନ ଲିଡ଼୍ ରାଉରକେଲା ପକ୍ଷରୁ ଆଜି ଆଇ.ଜିଏଚ ମାଟି ସହ ବ୍ରାହ୍ମଣୀ ନଦୀର ପାଣି ପଠା ଯାଇଛି । ପ୍ରତିଶୃତି ଦେଇ ଭୁଲିଯାଇଥିବା କଥାକୁ ମନେ ପକାଇ ଦେବାପାଇଁ ।