ଯୌତୁକ ଜୁଇରେ ନବବଧୂ
28/05/2018 at 11:24 PM

ପୁରୀ କାଳିକା ନୂଆପଡା ସାହିର ରଶ୍ମିତା ବେହେରା ଗତ ଏପ୍ରିଲ ମାସରେ ଚନ୍ଦନପୁର ଅଞ୍ଚଳର ନୂଆପାଟଣା ସଦାଶିବ ବିଶ୍ବାଳଙ୍କୁ ବାହା ହୋଇଥିଲେ। ତେବେ ବାହା ଘରପରେ ଅଧିକ ଯୌତୁକ ଦାବୀ କରିବା ସହ ରଶ୍ମିତାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ତେବେ ଗତ ୨୧ ତାରିଖରେ ରଶ୍ମିତାଙ୍କୁ ତାଙ୍କ ସ୍ବାମୀ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ କାଲି ଏସିବି ମେଡିକାଲରେ ମୃତ୍ୟୁ ହୋଇଯାଇଛି। ତେବେ ରଶ୍ମିତାଙ୍କୁ ଯୌତୁକ ଦାବୀ କରି ତାଙ୍କ ପରିବାର ଲୋକ ନିର୍ଯ୍ୟାତନା ଦେଇ ମାରି ଦେଇଥିବା ନେଇ ପରିବାର ଲୋକେ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ମାମଲା ରୁଜୁ କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।.