ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29/01/2023 at 3:00 PM

ଜଳେଶ୍ୱର ୨୯।୦୧ : ଯୁବକଙ୍କ ଗଳିତ ମୃତଦେହ ଠାବ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବୁଢାବୁଢି ଛକ ନିକଟ ପେଟ୍ରୋଲ ଟାଙ୍କି ସମ୍ମୁଖ ନୟମ ଯୋଡିରୁ ଠାବ ହୋଇଛି । ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ରବିବାର ସକାଳେ ରାସ୍ତାରେ ଯାଉଥିବା ଲୋକେ ନୟନ ଜୋଡିରୁ ପଚା ଦୁର୍ଗନ୍ଧ ବାହାରୁ ଥିବା ଜାଣି, ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଏକ ଗଳିତ ମୃତଦେହ ପଡିଥିବାର ଦେଖିଥିଲେ। ଏହା ପରେ ଖବର ପାଇ ପହଂଚିଥିଲା ପୋଲିସ। ଗଳିତ ମୃତଦେହଟି ସ୍ଥାନୀୟ ଅଂଚଳର ୨୬ବର୍ଷୀୟ ଯୁବକ ରତନ ମୁର୍ମୁଙ୍କର ବୋଲି ଜଣାପଡିଛି ଏବଂ ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023