ଯୁବକଙ୍କୁ ଘରୁ ଡ଼ାକିଆଣି ଦାଣ୍ଡ ଦୁଆରେ ଅତି ନିର୍ମମ ଭାବେ ହତ୍ୟାକଲେ ଦୁର୍ବୁତ୍ତ
18/05/2018 at 8:45 PM

ଯୁବକଙ୍କୁ ଘରୁ ଡ଼ାକିଆଣି ଦାଣ୍ଡ ଦୁଆରେ ହତ୍ୟା। ଗତକାଲି ବିଳମ୍ୱିତ ରାତିରେ ପୁରୀ ଟାଉନ ଥାନା ଅନ୍ତର୍ଗତ ହରଚଣ୍ଡୀ ସାହି ଢ଼ିପ ଯାଗାରେ ଘଟିଛି ଏଭଳି ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୁତ୍ତମାନେ ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ପରିବାର ଲୋକେ ଯୁବକକୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଛନ୍ତି। ତେବେ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ସହ ସିଟି ଡ଼ିଏସପି ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।