ଯୁଧିଷ୍ଠିରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
16/05/2018 at 9:30 PM

ଖୋର୍ଦ୍ଧ। ଜିଲ୍ଲା ଗୋଡିପଡା ଗ୍ରାମରେ ରୁହନ୍ତି ଯୁଧିଷ୍ଠିର ସେଠୀ ଏବଂ ତାଙ୍କର ପରିବାର। ଯୁଧିଷ୍ଠିର ଦିନ ମଜୁରିଆ ଭାବେ କାମକରି ନିଜର କୁଟୁମ୍ବ ପୋଷନ୍ତି। ମାତ୍ର ଛଅ ବର୍ଷ ହେବ ଅଜଣା ରୋଗର ଦାଉ ଫଳରେ କାମଧନ୍ଦା ନକରି ବହୁ ଦୁଃଖ ଦୁର୍ଦ୍ଦିନରେ ବଞ୍ଚୁଛନ୍ତି। ଏପରିକି ରୋଗର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ତେଣୁ ଚିକିତ୍ସା ନହୋଇ ଘରେ ପଡିରହିଛନ୍ତି। ସେପଟେ ରୋଜଗାର କ୍ଷମ ସ୍ବାମୀ ଘରେ ରୋଗଶଯ୍ୟାରେ ପଡିରହିବା ଫଳରେ ବହୁ ଅଭାବ ଅନାଟନରେ ମାଗିଯାଚି ଚଳୁଛନ୍ତି ଯୁଧିଷ୍ଠିରଙ୍କ ପତ୍ନୀ ପ୍ରମିଳା। ସ୍ବାମୀଙ୍କର ରୋଗର ଉପସମ ପାଇଁ ପତ୍ନୀ ପ୍ରମିଳା ଓ ସ୍ଥାନୀୟ ବାସିନ୍ଦା ସରକାରଙ୍କ ସହାୟତା ଲୋଡିଛନ୍ତି।