LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

+୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି

19/05/2018 at 5:55 AM

+୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ସମୁଦାୟ 95 ହଜାର 95 ଜଣଙ୍କ ମଧ୍ୟରୁ 73 ହଜାର 211 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଫଳରେ ପାସ୍ ହାର 76.98% ହୋଇଛି । ଗତଥର ପାସ୍ ହାର 81.11% ଥିଲା । ଭୁବନେଶ୍ୱର ସ୍ଥିତ ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ଘୋଷଣା କରିଛନ୍ତି । ନୟାଗଡ ଜ଼ିଲ୍ଲା ପାସ୍ ହାର କ୍ଷେତ୍ରରେ ସବୁଠୁ ଆଗରେ ରହିଛି । ଜ଼ିଲ୍ଲାର ପାସ୍ ହାର 92.23% ହୋଇଛି । ଗଜପତି ଜ଼ିଲ୍ଲା ପାସ୍ ହାର କ୍ଷେତ୍ରରେ ସବୁଠୁ ପଛରେ ରହିଛି ।ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ସମୁଦାୟ 19 ହଜାର 561ଜଣ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ 24ହଜାର 164 ଜଣ ,ତୃତୀୟ ଶ୍ରେଣୀରେ 28 ହଜାର 968 ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ପାସ୍ ହାର 20.57% ରହିଛି । ଚଳିତ ବର୍ଷ ସମୁଦାୟ 30ହଜାର 335ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ 42 ହଜାର 868 ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି ।

Leave a Reply

   Related Posts