ଯାଜପୁର ମଙ୍ଗଳପୁରରେ ଟ୍ରାଫିକ ସମସ୍ୟା
5/05/2018 at 9:37 PM

ଯାଜପୁର ମଙ୍ଗଳପୁରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଭିଡ଼ରେ ଫସୁଛନ୍ତି ରୋଗୀ ଓ ଛାତ୍ରଛାତ୍ରୀ । ରାସ୍ତା ଉପରେ ଉଠା ଦୋକାନୀ ଏବଂ ରାସ୍ତାର ଆଧାଯାଏଁ ପାର୍କିଙ୍ଗ ହେଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଏହି ଟ୍ରାଫିକ ସମସ୍ୟା ସତ୍ତ୍ୱେ ପ୍ରଶାସନର କୌଣସି ପଦକ୍ଷେପ ନଥିବାରୁ ଏଠାରେ ଜନ ଅସନ୍ତୋଷ ଦେଖାଦେଇଛି ।