ଯାଜପୁରରେ ଭୂତକୋଠି ସାଜିଛି ବିଜୁ ଗ୍ରାମୀଣ ବଜାର
24/05/2018 at 5:50 PM

ଯାଜପୁର ଜିଲ୍ଲ ଦଶରଥପୁର ବ୍ଲକ ଅନ୍ତର୍ଗର୍ତ ଥାଲକୁଡି ଗ୍ରାମ ପଞ୍ଚାୟତ ଥାଲକୁଡିଠାରେ ପ୍ରତିଷ୍ଠିତ ବିଜୁ ଗ୍ରାମିଣ ବଜାର ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲେବି ସ୍ଥାନୀୟ ଲୋକଙ୍କ ପାଇଁ ପାଲଟଛି ଭୂତଖାନା । ବିଜୁ ଗ୍ରାମୀଣ ବଜାରର ନିର୍ମାଣ କାମ ସରି ଯାଇଥିଲେ ମଧ୍ୟ ହିତାଧିକାରୀ ମାନଙ୍କୁ ଦିଆଯାଉ ନାହିଁ। ଫଳରେ ଏହା ଅବ୍ୟବହୃତ ଅବସ୍ଥାରେ ଭୂତକୋଠିରେ ପରିଣତ ହୋଇଛି । ବିଶେଷ କରି ରାଜନୈତିକ ଇଛାଶକ୍ତି ଅଭାବ ଯୋଗୁଁ ଏହା ହୋଇପାରୁନାହିଁ ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ ରହିଛି ।