Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୩ କିଲୋ ଗଞ୍ଜେଇ ସହିତ ବୋଲେରୋ ଜବତ; ୨ ଚୋରା ଚାଲାଣକାରୀ ଗିରଫ
  • ||
  • ଦେଶରେ କମିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮୮୧୩ କରୋନା ପଜିଟିଭ୍
  • ||
  • ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ
  • ||
  • ଭାରତକୁ ବଡ ଝଟ୍‌କା ଦେଲା ଫିଫା : ଏଆଇଏଫଏଫକୁ କଲା ସସପେଣ୍ଡ୍, ମହିଳା ବିଶ୍ୱକପ ଆୟୋଜନ ଅଧିକାର ବି ଛଡାଇ ନେଲା
  • ||
  • ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା ଓ୍ୱେବସାଇଟ୍
  • ||
  • ମଙ୍ଗଳବାର ବିହାର କ୍ୟାବିନେଟର ସଂପ୍ରସାରଣ, ଶପଥ ନେବେ ୩୧ ମନ୍ତ୍ରୀ
  • ||

ମୁମ୍ବାଇ ପହଞ୍ଚିଲେ ‘କ୍ବିଇନ୍‌’ କଙ୍ଗନା, ଏୟାରପୋର୍ଟରେ କଳାପତାକା ଦେଖାଇ ‘ପାକିସ୍ତାନ​‌ ଚାଲିଯାଅ’ ନାରା ଦେଲେ ଶିବସେନା ସମର୍ଥକ

9/09/2020 at 3:56 PM

ମୁମ୍ବାଇ ୦୯/୦୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ କଙ୍ଗନା ରଣାଓ୍ବତ ପ୍ରଥମରୁ ହିଁ ବଲିଉଡ ମାଫିଆ ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଆସିଛନ୍ତି । ଶିବସେନା ନେତା ଓ କଙ୍ଗନାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ଆଜି (ବୁଧବାର) କଡ଼ା ସୁରକ୍ଷା ସହ ମୁମ୍ବାଇ ପହଞ୍ଚିଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ବତ । ତେବେ ଏୟାରପୋର୍ଟରେ କଙ୍ଗନା ପହଞ୍ଚିବା ପରେ ତାଙ୍କ ସମର୍ଥନ ଓ ବିରୋଧରେ ନାରାବାଜି ହେବାକୁ ଲାଗିଥିଲା । ଶିବସେନା ସମର୍ଥକମାନେ କଳାପତାକା ଦେଖାଇ କଙ୍ଗନାଙ୍କୁ ବିରୋଧ କରିବା ସହ ‘ପାକିସ୍ତାନ ଚାଲିଯାଅ’ ବୋଲି ନାରା ଦେଇଥିଲେ । ସେପଟେ କରଣୀ ସେନା କାର୍ଯ୍ୟକର୍ତ୍ତା କଙ୍ଗନା ରଣାଓ୍ବତଙ୍କ ସମର୍ଥନରେ ଜୋରଦାର ନାରାବାଜି କରିଥିବା ଦେଖିବାକୁ ମିଳିଥିଲା ।

କଙ୍ଗନା ରଣାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ତିକ୍ତତା ସୁଶାନ୍ତଙ୍କ ମାମଲା ପରଠାରୁ ହିଁ ବୃଦ୍ଧି ପାଇଛି । ଯେତେବେଳେ କଙ୍ଗନା ମହାରାଷ୍ଟ୍ରକୁ ପାକିସ୍ତାନ ଅଧୀକୃତ କାଶ୍ମୀର ସହିତ ତୁଳନା କରିଥିଲେ ସେତେବେଳେ ଶିବସେନା ନେତା ସଞ୍ଜୟ ରାଓ୍ବତ କଙ୍ଗନାଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିଲେ । ଏହାସହ କଙ୍ଗନାଙ୍କୁ ମୁମ୍ବାଇ ନଆସିବାକୁ ଚେତାବନୀ ମଧ୍ୟ ଦେଇଥିଲେ । ତେବେ କଙ୍ଗନା ରଣାଓ୍ବତ ଓ ତାଙ୍କ ପରିବାର ଲୋକଙ୍କ ଅନୁରୋଧ କ୍ରମେ ଗୃହ ମନ୍ତ୍ରାଳୟ ତାଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ପ୍ରଦାନ କରିଥିଲା ।

ବୁଧବାର ଦିନ ମଧ୍ୟାହ୍ନରେ ସୁରକ୍ଷା ବଳୟ ସହ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ । କଙ୍ଗନା ପହଞ୍ଚିବା ପରେ ଶିବସେନା ସମର୍ଥକ ତାଙ୍କୁ କଳାପତାକା ଦେଖାଇ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ ।  ସେଠାରେ କରଣୀ ସେନାର କାର୍ଯ୍ୟକର୍ତ୍ତା ପହଞ୍ଚି କଙ୍ଗନାଙ୍କ ସମର୍ଥନରେ ନାରା ଦେଇଥିଲେ । ପରେ କରଣୀ ସେନା ଓ ଶିବସେନା ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ମଧ୍ୟ ଉପୁଜିଥିବା ସୂଚନା ମିଳିଛି ।

   Related Posts