LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବି.ଏସ୍ ୟେଦୁରପ୍ପା

17/05/2018 at 5:53 AM

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବି.ଏସ୍ ୟେଦୁରପ୍ପା । ରାଜ୍ୟପାଳ ବାଜୁଭାଇ ବାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗତକାଲି ରାତିରେ ରାଜ୍ୟପାଳ ୟେଦିରପ୍ପାଙ୍କ ସରକାର ଗଢିବାପାଇଁ ଆମନ୍ତ୍ରଣ କରିଥିଲେ। ଏଥିସହିତ ୧୫ ଦିନ ଭିତରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ କହିଛନ୍ତି। ମେ୧୨ରେ ବିଧାନସଭାରେ ବିଜେପି ୧୦୪ଆସନରେ ବିଜୟୀ ହୋଇଥିଲା। ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ଦଳ ରହିଥିବାସତ୍ତ୍ବେ ମ୍ୟାଜିକ୍ ନମ୍ବର ଛୁଇଁ ପାରିନଥିଲା। ବିଜେପି ପଛକୁ କଂଗ୍ରେସ ୭୮ଟି ଆସନରେ ଏବଂ ଜେଡିଏସ ୩୮ଟି ଆସନରେ ବିଜୟୀ ହୋଇଥିଲା। ତେବେ କୌଣସି ଦଳ ମ୍ୟାଜିକ ନମ୍ବର ଛୁଇଁ ନଥିବାରୁ ଝୁଲା ବିଧାନସଭା ସ୍ଥିତି ଉପୁଜିଥିଲା। ସରକାର ଗଢିବାନେଇ ଅନିଶ୍ଚିତତା ସୃଷ୍ଚି ହୋଇଥିଲା। ଏପଟେ ଜେଡିଏସ ସରକାର ଗଢିଲେ କଂଗ୍ରେସ ବାହାରୁ ନିଃସର୍ତ୍ତ ସମର୍ଥନ କରିବ ବୋଲି ଘୋଷଣା କରିବାପରେ କର୍ଣ୍ଣାଟକରେ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଥିଲା । କଂଗ୍ରେସ ଓ ଜେଡିଏସ ସରକାର ଗଢିବା ପାଇଁ ରାଜ୍ୟପାଳଙ୍କ ଆଗରେ ଦାବି ଉପସ୍ଥାପନ କରିଥିବାବେଳେ ବିଜେପି ମଧ୍ୟ ସରକାର ଗଢିବା ନେଇ ଦାବି ଉପସ୍ଥାପନ କରିଥିଲା। ତେବେ ରାଜ୍ୟପାଳ କଂଗ୍ରେସ ଓ ଜେଡିଏସକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ନକରି ବିଜେପିକୁ ସରକାର ଗଠନ କରିବାକୁ କହିଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କଂଗ୍ରେସ ଓ ଜେଡିଏସ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗତକାଲି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ବେଞ୍ଚ କର୍ଣ୍ଣାଟକ ମାମଲାର ଶୁଣାଣି ରାତି ୨ଟା ୧୧ରୁ ଆରମ୍ଭ କରିଥିଲେ। ଭୋର ୫ଟା ୨୮ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା। ଶେଷରେ ଖଣ୍ଡପୀଠ ୟେୁଦୁରପ୍ପାଙ୍କ ଶପଥ ଗ୍ରହଣରେ ହସ୍ତକ୍ଷେପ କରିବେନି ବୋଲି କହିଥିଲେ। ଫଳରେ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ପାଇଁ ବାଟ ସଫା ହୋଇଥିଲା।

Leave a Reply

   Related Posts