ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମିଗ୍‌-୨୯ ବିମାନ କ୍ରାସ୍‌, ସମୁଦ୍ରକୁ ଡେଇଁଲେ ପାଇଲଟ୍‌

12/10/2022 at 12:22 PM

ନୂଆଦିଲ୍ଲୀ ୧୨।୧୦ : ବାୟୁସେନାର ପୁଣି ଏକ ଯୁଦ୍ଧବିମାନ କ୍ରାସ୍‌ । ଗୋଆ ଯୁଦ୍ଧବିମାନ ମିଗ୍‌-୨୯ କ୍ରାସ୍‌ ହୋଇଥିବା ଜଣାପଡିଛି । କିନ୍ତୁ ସୌଭାଗ୍ୟବସତଃ ପାଇଲଟ ବଞ୍ଚିଯାଇଛନ୍ତି । କ୍ରାସ୍‌ ପୂର୍ବରୁ ସ୍ଥିତି ଦେଖି ପାଇଲଟ୍‌ ଏୟାରକ୍ରାଫ୍‌ଟରୁ ନିଜକୁ ଇଜେକ୍ଟ କରି ସମୁଦ୍ରକୁ ଡେଇଁପଡିଛନ୍ତି । ଯାହାଦ୍ୱାରା ତାଙ୍କ ଜୀବନ ବଞ୍ଚିଯାଇଛି ।

ଖବର ଅନୁଯାୟୀ, ନୌସେନାର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପେରସନ୍‌ ଜରିଆରେ ପାଇଲଟ ଏକ ବିମାନ ନେଇ ବାହାରିଥିଲେ । କିଛି ସମୟ ଧରି ପରିସ୍ଥିତି ଠିକ୍‌ ଥିଲା । କିନ୍ତୁ କିଛି ସମୟରେ ପରେ ହଠାତ୍‌ ମିଗ୍‌-୨୯ ବିମାନ୍‌ଟି କ୍ରାସ୍‌ ହୋଇଥିଲା । ଯାହାର ସୂଚନା ପାଇ ପାଇଲଟ ତୁରନ୍ତ ଟ୍ରାଫିକ୍‌ କଣ୍ଟ୍ରୋଲର ରୁମ୍‌କୁ ଜଣାଇଥିଲେ । ଏହାପରେ ପାଇଲଟ ଜଣକ ନିଜକୁ ବିମାନରୁ ଇଜେକ୍ଟ କରିଦେଇଥିଲେ । ଯାହାଫଳରେ ସେ ସମୁଦ୍ରକୁ ଡେଇଁପଡିଥିଲେ । ଏହାଦ୍ୱାରା ସେ ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।

ତେବେ ମିଗ୍‌-୨୯ ବିମାନରେ ଅଗ୍ନିକାଣ୍ଡ କିପରି ଲାଗିଲା । ଏହା ପଛର କାରଣ କଣ ?  ତାହା ଏବେ ଯାଏଁ ଅସ୍ପଷ୍ଟ ହୋଇଛି । ବିମାନର ଭଗ୍ନାଂଶ ଏବଂ ପାଇଲଟଙ୍କ ତଥ୍ୟ ଆଧାରରେ ତଦନ୍ତ ହେବ ଏବଂ ପୁରା ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

   Related Posts