LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାଟ୍ରିକ ରାଜଲ୍ଟ ୨୦୧୮

7/05/2018 at 9:35 PM

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ ଆଜି ସକାଳ ୯ଟାରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଏଥିରେ ମୋଟ୍ ୪ଲକ୍ଷ ୩୮ହଜାର ୩୪୮ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥର ମାଟ୍ରିକ ପରୀକ୍ଷାରେ ୭୭.୩୫ ପ୍ରତିଶତ ପରୀର୍କ୍ଷଥୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ୧ ହଜାର ୭୧୫ ଜଣ ପରୀକ୍ଷାର୍ଥୀ ‘ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୦ରୁ ୯୦ ପ୍ରତିଶତ ନମ୍ବର ରଖି ପାସ କରିଥିବା ‘ଏ-୨ ପରୀକ୍ଷାର୍ଥୀଙ୍କ ସଂଖ୍ୟା ହେଉଛି ୧୫ ହଜାର ୬୮୯। ସେହିପରି ‘ବି-୧’ ଗ୍ରେଡ୍ରେ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୯ ହଜାର ୨୫୨ ଥିବା ବେଳେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ‘ବି-୨’ ଗ୍ରେଡ୍ରେ ୬୮ ହଜାର ୦୯ ଜଣପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ୍ ୧ ଲକ୍ଷ ୨୪ ହଜାର ୬୬୫ ଜଣ ପରିକ୍ଷାର୍ଥୀ ଅର୍ଥାତ ମୋଟ୍ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪.୪୪ ପ୍ରତିଶତ ପରୀକ୍ଷାର୍ଥୀ ୬୦ ନମ୍ବରରୁ ଉର୍ଧ ପ୍ରତିଶତ ନମ୍ବର ରଖି ପାସ କରିଛନ୍ତି।
ସେହିପରି ଗତବର୍ଷ ତୁଳନାରେ ଏଥର ଅଧିକ ସ୍କୁଲରେ ପରୀକ୍ଷା ଫଳ ଶୂନ ହୋଇଛି। ଗତବର୍ଷ ୨୨ଟି ବିଦ୍ୟାଳୟର ପରୀକ୍ଷା ଫଳ ଶୂନ୍ୟ ହୋଇଥିବା ବେଳେ ଚଳିତ ବର୍ଷ ୩୬ଟି ବିଦ୍ୟାଳୟର ପରୀକ୍ଷା ଫଳ ଶୂନ ରହିଛି। ଗତ ବର୍ଷ ୭୪୮ଟି ବିଦ୍ୟାଳୟର ଶତପ୍ରତିଶତ ପରୀକ୍ଷା ଫଳ ହୋଇଥିବା ବେଳେ ଚଳିତ ବର୍ଷ ୪୨୯ଟି ବିଦ୍ୟାଳୟର ଶତପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛି। ତେବେ ଶିକ୍ଷକଙ୍କ ପରୀକ୍ଷା ଖାତା ଦେଖିବା ନେଇ ଆନ୍ଦୋଳନ କରିବା ସତ୍ତ୍ୱେ ପରୀକ୍ଷା ଫଳ ପ୍ରକାଶନରେ କୌଣସି ଅସୁବିଧ ସୃଷ୍ଟି ହୋଇ ନାହିଁ ବୋଲି ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି।
ଆଜି ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷାଫଳ ସୂଚନା ପୁସ୍ତିକାକୁ ଉନ୍ମୋଚନ କରିଛନ୍ତିି। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ବିଭାଗର ପଅମୁଖ ସଚିବ ପ୍ରଦୀପ୍ତ ମହାପାତ୍ର, ବୋଡ୍ ସଭାନେତ୍ରୀ ଜାହାନାଆରା ବେଗମ୍ ଉପସ୍ଥିତ ଥିଲେ। ଚଳିତବର୍ଷ ବୋର୍ଡ ପକ୍ଷରୁ ଏକକାଳୀନ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇଛି। ମଧ୍ୟମା ପରୀକ୍ଷାରେ ମୋଟ୍ ପାସ ହାର ୯୨.୪୭ ପ୍ରତିଶତ ରହିଛି। ମୋଟ୍ ୩୪୪୦ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ସେଥିମଧ୍ୟରୁ ୩୧୮୧ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୪୧.୯୩ ପ୍ରତିଶତ ହିସାବରେ ମୋଟ୍ ୫୪୫୪ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି।

Leave a Reply

   Related Posts