oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ମାଛ ଧରିବାକୁ ଯାଇ ହୋଇଗଲେ କୋଟିପତି: ସମୁଦ୍ରରୁ ପାଇଲେ ବିରଳ ଶାମୁକା, ବାହାରିଲା ଅଢ଼େଇ କୋଟିର ମୁକ୍ତା

6/02/2021 at 4:56 PM

ଥାଇଲାଣ୍ଡ, ୦୬/୦୨: କେତେବେଳେ କାହାର ଭାଗ୍ୟ ବଦଳିଯିବ ସେ କଥା କେହି ଜାଣନ୍ତି ନାହିଁ । ଗରିବରୁ କିଏ ନିମିଷକେ କୋଟିପତି ହୋଇଯିବ ତାହା କେବଳ ଭଗବାନ୍‌ ହିଁ ଜାଣନ୍ତି । ସେମିତି ଏକ ଘଟଣା ଜଣେ ମାଛ ଧରାଳୀଙ୍କ ସହ ଘଟିଛି । ସେ ସମୁଦ୍ରକୁ ମାଛ ଧରିବାକୁ ଯିବା ବେଳେ ୨ ଲକ୍ଷ ୫୦ ହଜାର ପାଉଣ୍ଡ୍‌ର ଏକ ମୂଲ୍ୟବାନ ମୁକ୍ତାଧାରୀ ଶାମୁକା ପାଇଛନ୍ତି । ଯାହାଫଳରେ ଉକ୍ତ ମତ୍ସ୍ୟଜିବୀ କିଛି ସମୟ ମଧ୍ୟରେ ଗରିବରୁ କୋଟିପତି ପାଲଟିଯାଇଛନ୍ତି ।

ଘଟଣା ଅନୁସାରେ, ହିଟାଚି ନିୟୋମଦେଚା (୩୭) ନାମକ ଥାଇଲାଣ୍ଡର ଜଣେ ବ୍ୟକ୍ତି ସମୂଦ୍ରରୁ ମାଛ ଧରି ପରିବାର ଚଳାଇଥାନ୍ତି । ସେ ଜାନୁଆରୀ ୨୭ ତାରିଖରେ ସବୁଦିନ ପରି ମାଛ ଧରିବାକୁ ତାଙ୍କ ଭାଇଙ୍କ ସହ ସମୁଦ୍ରକୁ ଯାଇଥିଲେ । କିନ୍ତୁ ସମୁଦ୍ର କୂଳରେ ତାଙ୍କ ଭାଇ ୱରାଚାଟ୍‌ ନିୟୋମଦେଚା ତିନୋଟି ସେଲ୍‌ ଥିବା ଏକ ଶାମୁକା ଦେଖିଥିଲେ । ଏହାକୁ ସେ ଭଲ ଭାବେ ଧୋଇ ଘରକୁ ନେଇ ଆସିଥିଲେ ଏବଂ ଶାମୁକାକୁ ସଫା କରିବାକୁ ତାଙ୍କ ବାପାଙ୍କୁ ଦେଇଥିଲେ । ଶାମୁକାକୁ ସଫା କରିବା ସମୟରେ ସେ ଯାହା ଦେଖିଲେ ତାହା ବିଶ୍ୱାସ କରିପାରିଲେ ନାହିଁ । କାରଣ ଏହାରି ଭିତରେ  ଏକ ବିରଳ କମଳା ରଙ୍ଗର ଏକ ବଡ଼ ମୁକ୍ତା ରହିଥିଲା । ଯାହାର ନାମ ମେଲୋ ମୁକ୍ତା ହୋଇଥିବା ବେଳେ ମେଲୋ ମେଲୋ ନାମକ ଏକ ଶାମୁକାରୁ ଏହା ମିଳିଥାଏ ବୋଲି ହିଟାଚି କହିଛନ୍ତି ।

ଏହି ମୁକ୍ତାକୁ ସାଧାରଣତଃ ଦାମୀ ଅଳଙ୍କାର ପ୍ରସ୍ତୁତିରେ ବ୍ୟବହାର କରାଯାଏ । ଶାମୁକା ମଧ୍ୟରେ ଉତ୍ତେଜନା ସମୟରେ ଏକ ସାମୁଦ୍ରିକ ପଦାର୍ଥ ଏହାର ସେଲ୍‌ରେ ପଶି ଏହି ରଙ୍ଗର ମୁକ୍ତା ସୃଷ୍ଟି ହୋଇଥାଏ । ମେଲୋ ମୋତି ସୃଷ୍ଟି ହେବା ପାଇଁ ଅନେକ ବର୍ଷ ଲାଗିଥାଏ । ମୋତିଟି ବାଦାମୀ ରଙ୍ଗରୁ ହଳଦିଆ କିମ୍ବା କମଳା ରଙ୍ଗର, ଶାବକ ସେଲ୍‌ର ରଙ୍ଗ ଉପରେ ନିର୍ଭର କରି ବଢ଼ିଥାଏ ।

ତେବେ ମୁକ୍ତା ପାଇବା ପରେ ହିଟାଚି ଏହାର ମୂଲ୍ୟ ଜାଣିବା ପାଇଁ ତା ପରଦିନ ପଡ଼ୋଶୀଙ୍କୁ ଏହାରି ବିଷୟରେ ଜଣାଇଥିଲେ । ବଜାରରେ ଏହାର ମୂଲ୍ୟ ପାଖାପାଖି ୨ ଲକ୍ଷ ୫୦ ହଜାର ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ୨ କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ସେ ଜାଣିପାରିଥିଲେ । ଏହାକୁ ସେ ବିକ୍ରି କରି ତାଙ୍କ ଜୀବନ ବଦଳାଇବା ସହିତ ପରିବାର ସହିତ ଭଲରେ ଜୀବନ ଯାପନ କରିବେ ବୋଲି ହିଟାଚି କହିଛନ୍ତି ।    

   Related Posts