ମହିଳା ଜାତୀୟ ଫୁଟବଲ ଲିଗ୍ରେ ଓଡିଶାର ରାଇଜିଂ ଷ୍ଟାର କ୍ଲବ ମଣିପୁରକୁ ହରାଇ ଚାମ୍ପିଅନ ଟାଇଟଲ ହାସଲ କରିଛି
16/04/2018 at 10:21 PM

ମହିଳା ଜାତୀୟ ଫୁଟବଲ ଲିଗ୍ରେ ଓଡିଶାର ରାଇଜିଂ ଷ୍ଟାର କ୍ଲବ ମଣିପୁରକୁ ହରାଇ ଚାମ୍ପିଅନ ଟାଇଟଲ ହାସଲ କରିଛି । ଆଜି ମହିଳା ଫୁଟବଲ ଦଳ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଓଡିଶା ଫୁଟବଲ ଆସୋସିଏସନ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜାତୀୟ ସ୍ତରରେ ମହିଳା ଫୁଟବଲ ଦଳ ସଫଳତା ହାସଲ କରି ଓଡିଶାର ନାଁକୁ ଗୌରାବାନ୍ବିତ କରିଛନ୍ତି । ଗତ ୨ ବର୍ଷ ହେଲା ଦଳ ଜାତୀୟ ମହିଳା ଫୁଟବଲ ଲିଗ୍ରେ ଭାଗ ନେଇ ଆସୁଥିବା ବେଳେ ଗତବର୍ଷ ରନର୍ସ ଅପ୍ ଟାଇଟଲ ହାସଲ କରିଥିଲା । ଚଳିତ ବର୍ଷ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଦଳ ଟାଇଟଲ ହାସଲ କରିବାରେ ସଫଳ ରହିଲା । ପୂର୍ବରୁ ଜାତୀୟ ସ୍ତରରେ ମହିଳା ଫୁଟବଲ ଦଳ ସଫଳତା ହାସଲ କରିଛନ୍ତି । ଓଡିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏହି ଦଳର ସହକାରୀ କୋଚ ଦାୟିତ୍ବ ତୁଲାଇଥିବା ବେଳେ ଖେଳାଳିଙ୍କ ପ୍ରଦର୍ଶନ ନେଇ ବେଶ ଖୁସୀ ଅଛନ୍ତି । ଏହି ମ୍ୟାଚରେ ଗୋଲକିପରଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି ।