Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ମହିଳାଙ୍କ ଗର୍ଭାଶୟରୁ ବାହାରିଲା ୨.୫ କିଲୋର ସିଷ୍ଟସ୍‌

3/09/2022 at 12:24 PM

ମୁମ୍ଵାଇ ୦୩।୦୯: ମୁମ୍ବାଇର ଡାକ୍ତରମାନେ ଜଣେ ୪୮  ବର୍ଷୀୟ ମହିଳାଙ୍କ ଗର୍ଭାଶୟରୁ ଫୁଟ୍‌ବଲ  ଆକାରଯୁକ୍ତ ସିଷ୍ଟ୍‌ ବାହାର କରିଛନ୍ତି। ଏହାର  ଓଜନ ପ୍ରାୟ ୨.୫ କିଲୋ । ଗତ ୪ ମାସ  ଧରି ମହିଳାଙ୍କର ବାନ୍ତି ହେଉଥିଲା ଏବଂ  ପେଟ ଭାରି ଲାଗୁଥିଲା । ଡାକ୍ତରମାନେ  ତାଙ୍କର ଅଲ୍‌ଟ୍ରାସୋନୋଗ୍ରାଫି କରିବା ପରେ  ଏକାଧିକ ଗର୍ଭାଶୟ ଫାଇବ୍ରଏଡ୍ସ ସହିତ ୨୫  ଗୁଣନ ୨୫ ସେମି ସିଷ୍ଟିକ୍‌ ମାସ୍‌ ବିଷୟରେ  ଜଣାପଡ଼ିଲା । ବାନ୍ତି ନିୟନ୍ତ୍ରଣ ଲାଗି ମହିଳା ହର୍ବାଲ ଚା’, ହେଙ୍ଗୁ ପାଣି, ବ୍ୟାୟାମ, ଏପରିକି  ପ୍ରୋବାୟୋଟିକ୍ସ ଭଳି ଘରୋଇ ଉପଚାର କରିଥିଲେ।

କିନ୍ତୁ କୌଣସି ସୁଫଳ  ମିଳିଲା ନାହିଁ । ଏହି ସମସ୍ୟା ଧୀରେ ଧୀରେ ବଢିବାରେ ଲାଗିଲା। ଶରୀରରେ ସାଜିଲା। ସେ ଏହାକୁ ନେଇ କୁହନ୍ତି ‘ମଲ୍ଟିପଲ୍‌ ଫାଇବ୍ରଏଡ୍ସ ଓ ବିଶାଳ ସିଷ୍ଟ୍‌  ଚିହ୍ନଟ ହେବା ପରେ ମୁଁ ଚକିତ ହୋଇଗଲି । ଗତ ୪ ମାସରୁ ଏମାନେ ମୋ ଶରୀରରେ ବଢିବାରେ ଲାଗୁଥିଲା, କିନ୍ତୁ ମୋର ଏ ବିଷୟରେ କୌଣସି ଧାରଣା  ନଥିଲା। ପେଟ ଯନ୍ତ୍ରଣା ଓ ବାନ୍ତି ଯୋଗୁ ମୋର ଘରୁ ବାହାରିବା ବନ୍ଦ ହୋଇଗଲା। 

ଏହା ପରେ ସେ ମୀରା ରୋଡ୍‌ ସ୍ଥିତ ୱକ୍‌ହାର୍ଡଟ  ହସ୍‌ପିଟାଲକୁ ଗଲେ । ସ୍ତ୍ରୀରୋଗ ଡାକ୍ତର ତଥା  ଲାପାରୋସ୍କୋପିକ୍‌ ସର୍ଜନ୍‌ ରାଜଶ୍ରୀ ଭାସେଲଙ୍କ ସାକ୍ଷାତକଲେ। ସେ କହିଥିଲ, ରୋଗୀ ନିଜର ପେଟ ଫୁଲିବା ଓ  ବାନ୍ତି ବିଷୟରେ କହିଲେ । କିନ୍ତୁ ତାଙ୍କର ଓଜନ ଆଦୌ କମିନଥିଲା। ଟେଷ୍ଟ କରିବା ପରେରେ  ବିଶାଳ ସିଷ୍ଟ ଓ ମଲ୍ଟିପଲ୍‌ ଫାଇବ୍ରଏଡ୍ସ  ଚିହ୍ନଟ ହେଲା । ପରେ ତାଙ୍କର  ସର୍ଜରୀ କରାଗଲା। ଏଥିରେ ଉଭୟ  ଫାଲୋପିଆନ୍‌ ଟ୍ୟୁବ୍‌ ଓ ଡିମ୍ବାଶାୟକୁ ବାହାର କରାଯାଏ।  ସର୍ଜରୀର ୩ୟ ଦିନ ମହିଳାଙ୍କୁ ଡିସ୍‌ଚାର୍ଜ କରାଗଲା। ଅଜ୍ଞାନତା ଓ ନିୟମିତ ପରୀକ୍ଷାର ଅବହେଳା  ଯୋଗୁ ଏପରି ହୋଇଛି । ୩୦ ବର୍ଷ ବୟସ  ପରେ ପ୍ରତ୍ୟେକ ମହିଳା ନିୟମିତ  ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ୍‌ ବୋଲି  ଡାକ୍ତର ଭାସେଲ କହିଛନ୍ତି।

   Related Posts