ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ମହାରାଷ୍ଟ୍ର ରାଜନୀତି : ଫ୍ଲୋର ଟେଷ୍ଟ ପୂର୍ବରୁ କାମାକ୍ଷା ମନ୍ଦିର ଗଲେ ଏକନାଥ ସିନ୍ଦେ, କହିଲେ- ଆମେ ଗୁରୁବାର ମୁମ୍ବାଇ ଯିବୁ…

29/06/2022 at 2:51 PM

ମୁମ୍ବାଇ ୨୯।୦୬: ଗୁରୁବାର ମହାରାଷ୍ଟ୍ର ଫ୍ଲୋର୍ ଟେଷ୍ଟ୍ ହେବ କି ନାହିଁ ତାକୁ ନେଇ ଲାଗି ରହିଛି ସସ୍ ପେନ୍ସ । ଏବେ ସବୁ କିଛି ନିର୍ଭର କରୁଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ । ଏହାପୂର୍ବରୁ କିନ୍ତୁ ଗୌହାଟୀର ପ୍ରସିଦ୍ଧ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ।

ଖବର ଅନୁଯାୟୀ, ମାତା କାମାକ୍ଷା ଦେବୀଙ୍କ ପୂଜାର୍ଚ୍ଚନା କରିବା ଲାଗି ସକାଳେ ‘ରେଡିସନ୍ ବ୍ଲୁ ହୋଟେଲ୍ ’ରୁ ବାହାରି ବିଦ୍ରୋହୀ ବିଧାୟକ ଏକାନଥ ସିନ୍ଦେ କାମାକ୍ଷା ମନ୍ଦିରକୁ ଯାଇଥିଲେ। ଗୌହାଟୀରେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ ଏକନାଥ ହୋଟେଲ୍ ରୁ ବାହାରକୁ ଆସିଛନ୍ତି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ବୁଧବାର ମଧ୍ୟାହ୍ନରେ ବାକି ବିଧାୟକମାନେ ଦର୍ଶନ ପାଇଁ କାମାକ୍ଷା ମନ୍ଦିରକୁ ଯାଇପାରନ୍ତି। ସିନ୍ଦେଙ୍କ ସହିତ ଆଉ ୪ଜଣ ବିଦ୍ରୋହୀ ବିଧାୟକ ମଧ୍ୟ ପ୍ରଥମ ଥର ପାଇଁ ହୋଟେଲ୍ ରୁ ବାହାରକୁ ଆସିଥିବା ଜଣାପଡ଼ିଛି।

ସେପଟେ ବିଦ୍ରୋହୀ ବିଧାୟକଙ୍କ ସହ ସିନ୍ଦେ ଗୁରୁବାର ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବେ । ମାତା କାମାକ୍ଷାଙ୍କୁ ଦର୍ଶନ କରି ମନ୍ଦିରରୁ ଫେରିବା ପରେ ସିନ୍ଦେ କହିଛନ୍ତି, ମହାରାଷ୍ଟ୍ର ଓ ମହାରାଷ୍ଟ୍ରବାସୀଙ୍କର ଶାନ୍ତି, ସମୃଦ୍ଧି କାମନା କରିଛି । ମୁଁ ମା କାମାକ୍ଷା ଦେବୀଙ୍କ ଦର୍ଶନ ମଧ୍ୟ କରିଛି। ବିଧାନସଭା ପାଇଁ ଆବଶ୍ୟକ ପ୍ରକ୍ରିୟାର ଅଗ୍ରଗତି ନିମନ୍ତେ ଗୁରୁବାର ଆମେ ମୁମ୍ବାଇରେ ପହଞ୍ଚିବୁ ।

ସେହିପରି ଅନ୍ୟପଟେ ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ଶିବସେନା । ସୁପ୍ରିମକୋର୍ଟ ମାମଲା ଗ୍ରହଣ କରି ଅପରାହ୍ଣ ୫ଟାରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ଶିବସେନା ପକ୍ଷରୁ ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ତଥା ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଙ୍ଗଭୀ । ବିଦ୍ରୋହୀ ଶିବସେନା ନେତା ସିନ୍ଦେଙ୍କ ଓକିଲ ନିରଜ କିଶନ ଏହାକୁ ଦୃଢ ବିରୋଧ କରିଥିଲେ । ଅପରାହ୍ଣ ୫ ଟାରେ ମାମଲାର ହେବ ଶୁଣାଣି ।

   Related Posts