ମହାନଦୀ ପାଇଁ ମହାସଂଗ୍ରାମ ଆନ୍ଦୋଳନ ଜୋର୍ ଦାର୍
18/05/2018 at 9:34 PM

ମହାନଦୀ ପାଇଁ ମହାସଂଗ୍ରାମର ଦ୍ବିତୀୟ ପର୍ଯ୍ୟାୟରେ,ସମ୍ବଲପୁର,ବରଗଡ,ଝାରସୁଗୁଡାରେ ବିଜେଡିର ଆନ୍ଦୋଳନ ଆଜି ଶେଷ ହୋଇଛି। ୧୬ତାରିଖରେ ଝାରସୁଗୁଡାଜିଲ୍ଲା ସୁଖାସୋଡା ଓ ବରଗଡଜିଲ୍ଲା ଚିକିଲିରେ,ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଆନ୍ଦୋଳନ, ଗତକାଲି ସମ୍ବଲପୁରରେ ମହାନଦୀ ମହାଆଳତୀ କରାଯିବା ପରେ, ଆଜି ଶୋଭାଯାତ୍ରା, ହୁମା,ଧମା ଦେଇ ରେଢାଖୋଲ,ସୋନପୁର,ବୌଦ୍ଦ ଅଭିମୁଖେ ଯାଇଛି। ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା,ସଚେତନତା ରାଲି କରି, ସାଧାରଣ ଲୋକମାନଙ୍କୁ ମହାନଦୀ ଉପରେ ହେଉଥିବା ଅତ୍ୟାଚାର ଓ ଛତିଶଗଡର ବିଜେପି ସରକାର ବିରୋଧରେ ଲୋକଙ୍କୁ ବୁଝାଉଛନ୍ତି ଦଳୀୟ ତୁଙ୍ଗନେତାମାନେ। ଏବେ ମଧ୍ୟ ଛତିଶଗଡ ବ୍ୟାରେଜ୍ ଖୋଲି, ପାଣି ନଛାଡିଲେ, ଆସନ୍ତାଦିନରେ କଲମା ବ୍ୟାରେଜ୍ ଦଖଲ କରିବ ବିଜେଡି ବୋଲି, ଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି।