ମହାନଦୀରେ ଭାସୁଥିବା ଅବସ୍ଥାରେ ୪ଟି ମୃତଦେହ ଉଦ୍ଧାର
10/05/2018 at 5:20 PM

ମହାନଦୀରେ ଭାସୁଥିବା ଅବସ୍ଥାରେ ୪ଟି ମୃତଦେହ ଉଦ୍ଧାର କରାଯାଇଛି । ଜଗତସିଂହପୁର କୁଜଙ୍ଗ ଜଗନ୍ନାଥପୁର ଶନିମନ୍ଦିର ନିକଟ ମୃତଦେହ ଗୁଡ଼ିକ ଭାସୁଥିବାବେଳେ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ ଜଗନ୍ନାଥପୁର ଗାଁର ସ୍ୱର୍ଗତ ଅନନ୍ତ ସେଠୀଙ୍କ ପତ୍ନୀ ମାନିନୀ, ୪ବର୍ଷର ପୁଅ ବାବୁନା ଓ ଦୁଇ ଝିଅ ୬ବର୍ଷର ଦୀସା, ୯ବର୍ଷର ଝିଅ ବର୍ଷା ବୋଲି ଜଣା ପଡ଼ିଛି । ଗତ ମାସକ ତଳେ ଅନନ୍ତଙ୍କର ମୃତ୍ୟୁ ହୋଇଥିଲା । ଶନିମନ୍ଦିର ନିକଟ ପଠାରେ ଗାଁର କିଛି ଲୋକ ମୃତଦେହ ଗୁଡ଼ିକ ଭାସୁଥିବାର ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ହେବାପରେ ନଦୀକୂଳରେ ଲୋକଙ୍କର ଭିଡ଼ ଜମିଥିଲା । କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ଓଡ୍ରାଫ୍ ଟିମ ସହାୟତାରେ ମୃତଦେହ ଉଦ୍ଧାର କରିଥିଲା । ସମ୍ପତ୍ତି ପାଇଁ ଏମାନଙ୍କୁ ହତ୍ୟାପରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।