ମହଙ୍ଗା ପଡିଲା ମାଡ;ସେବାୟତଙ୍କୁ ଶାସ୍ତି
22/05/2018 at 6:27 AM

ଗତ ରବିବାର ଶ୍ରୀମନ୍ଦିରରେ ଅଣଓଡ଼ିଆ ଭକ୍ତଙ୍କୁ ଆକ୍ରମଣ ଘଟଣାରେ ୨ ସେବାୟତ ନିଲମ୍ବିନ । ଶ୍ରୀମନ୍ଦିର ପ୍ରଶାସନ ୨ଜଣଙ୍କୁ ନିଲମ୍ବନ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଆଇନର ୨୧-ଖ ଧାରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିଲମ୍ବିତ ଦୁଇ ସେବାୟତ ହେଲେ ଖୁଣ୍ଟିଆ ନିଯୋଗର ମଦନ ମୋହନ ଖୁଣ୍ଟିଆ ଓ ମେକାପ ନିଯୋଗ ସୋମନାଥ ମେକାପ । ଏହି ଦୁଇ ସେବାୟତଙ୍କୁ ନିଜ ନିଜ ନିଯୋଗରୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ତେବେ ଦୁଇ ସେବାୟତ ଫେରାର ଅଛନ୍ତି । ଗତ ରବିବାର ମହାରାଷ୍ଟ୍ର ଥାନେ ଅଞ୍ଚଳର ଚେତନ ଅମଲକର ସପରିବାର ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ସେବାୟତମାନେ ତାଙ୍କୁ ମାରପିଟ୍ କରିଥିବା ନେଇ ଶ୍ରୀମନ୍ଦିର ଥାନାରେ ଅଭିଯୋଗ ହୋଇଥିଲା ।