ମମତା ଭୁଲିଗଲେ ବାପା-ମାଆ, ୮ ବର୍ଷର ପୁଅକୁ ଛାଡ଼ି ଫେରାର
21/03/2023 at 2:22 PM

ସୋର ୨୧।୦୩ : ୮ ବର୍ଷର ପୁଅକୁ ଛାଡ଼ି ବାପା ମା ଫେରାର । ଘରୋଇ କଳିରୁ ରାସ୍ତାରେ ୮ ବର୍ଷର ପୁଅକୁ ଛାଡ଼ି ବାପା ମା ଫେରାର ହୋଇଯାଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିଷଡା ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପୁଅକୁ ପୋଲିସ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛି ।
ଖବର ଅନୁଯାୟୀ, ୮ ବର୍ଷ ର ଜ୍ୟୋତି ରଞ୍ଜନ ମଲ୍ଲିକ ଦହିଷଡାଠାରେ ଏଣେ ତେଣେ ବୁଲୁଥିବାର ଦେଖି ହୋଟେଲ୍ ସନସାଇନ୍ ମାଲିକ ତାକୁ ଖାଇବାକୁ ଦେଇ ନିଜ ଦାୟିତ୍ୱରେ ରଖିଥିବା ବେଳେ ସୋର ଥାନାକୁ ଜଣାଇଥିଲେ । ତତ୍କ୍ଷଣାତ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜ୍ୟୋତିରଞ୍ଜନକୁ ଉଦ୍ଧାର କରିଥିଲେ । ତାକୁ ପଚରାଉଚରା କରିବା ପରେ ସବୁ ଘଟଣା ଜଣାପଡିଥିଲା । ପ୍ରଥମେ ବାପା କାଳିଆ ମଲ୍ଲିକ ନିଜ ସ୍ତ୍ରୀ ମନୋରମା ଓ ପୁଅ ଜ୍ୟୋତିରଞ୍ଜନକୁ ଛାଡି ପଳାଇଥିଲେ । ଏହାପରେ ମାଆ ମନୋରମା ମଲ୍ଲିକ ଆଉ ଜଣେ ଯୁବକଙ୍କ ସହ ପଳାଇଥିବାର ପୁଅ ଜ୍ୟୋତିରଞ୍ଜନ କହିଛନ୍ତି । ପୋଲିସ ଜ୍ୟୋତିରଞ୍ଜନଙ୍କୁ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛି ।