ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା, ପୋଲିସ ଗାଡିକୁ ଧକ୍କା ଦେଲା କାର
12/09/2022 at 1:45 PM
ପୁରୀ ୧୨/୦୯: ପୁରୀ ବାଇପାସ ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା । ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ଗାଡିକୁ ଧକ୍କା ଦେଲା ଆଉ ଏକ କାର୍ । ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଏକ ବୋଲେରୋରେ ମୟୁରଭଞ୍ଜର ୭ ଜଣ ଯାତ୍ରୀ ପୁରୀ ଅଭିମୁଖେ ଯାଉଥିବା ବେଳେ ମଙ୍ଗରାଜ ପଏଣ୍ଟ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା ।
ଏନେଇ ଖବର ପାଇ ମଂଚେଶ୍ୱର ଥାନା ଏଏସଆଇ ଜିତେନ୍ଦ୍ର ସେନାପତି ଆହତଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଂଚିଥିଲେ । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପୋଲିସ ଗାଡିକୁ ଏକ ଗାଡି ପଛପଟୁ ଧକା ଦେଇଥିଲା l