ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଭୟଙ୍କର ନୁହେଁ H3N2 ଭୂତାଣୁ; ହେଲେ କରୋନା ବଢ଼ାଇବାରେ କରିବ ସହଯୋଗ, ସୂଚନା ଦେଲା ଆଇସିଏମଆର

14/03/2023 at 1:57 PM

ନୂଆଦିଲ୍ଲୀ: କରୋନା ଭଳି ଭୟଙ୍କର ନୁହେଁ H3N2 ଭୂତାଣୁ । ହେଲେ ବାୟୁ ଅଧିକ ସମୟରେ ରହୁଥିବା ଏହି ଭାଇରସ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି କରିବାରେ ସହଯୋଗ କରିଥାଏ । H3N2 ମାରାତ୍କମ ନୁହେଁ, ବରଂ ସାମାନ୍ୟ ଚଳନର ଭୂତାଣୁ  ଅଟେ । ଭାରତୀୟ ଚିକିତ୍ସା ଅନୁସଂଧାନ ପରିଷଦ ତଥା ଆଇସିଏମଆର ଦ୍ବାରା ସଂଚାଳିତ ଏନଆଇସି ଏହି ସୂଚନା ଦେଇଛନ୍ତି ।  

ଗତ ୩ ମାସ ହେଲା ଦେଶରେ ଫ୍ଲୁ’ ସଂକ୍ରମଣ ମାମଲା ବଢ଼ିବାରେ  ଲାଗିଛି ।  H3N2 ଭାଇରସ୍ ସଂକ୍ରମଣରେ କର୍ଣ୍ଣାଟକ ଓ ହରିୟାଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଲୋକ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏନଆଇସି ପ୍ରମୁଖ ଡାକ୍ତର ବର୍ଷା ପଟଦାର କହିଛନ୍ତି, ଏହି ଭାଇରସ ଋତୁ ପରିବର୍ତ୍ତନରେ ଦେଖିବାକୁ ମିଳିଥାଏ । ଜଳବାୟୁ ପରିବର୍ତ୍ତନ ଦ୍ବାରା ଏହାର ସଂକ୍ରମଣ ବଢ଼ିଥାଏ ।  ଅଗଷ୍ଟ ମାସରେ ଏହା H1N1 ଭାବେ ରହିଥିଲା ଏବଂ ନଭେମ୍ବରରେ ଏହା H3N2 ଭୂତାଣରେ ପରିବର୍ତ୍ତନ ହୋଇଛି । ଏବେ ଏହା H3N2 ‘ଟାଇପି-ବି’ ଭାବେ ସଂକ୍ରମଣ ବୃଦ୍ଧି ପାଉଛି ।  ଋତୁ ଚକ୍ର ପରିବର୍ତ୍ତନ ଯୋଗୁଁ ପୂରା ବିଶ୍ବରେ ଏହି ଭଇରସ୍ ଦେଖିବାକୁ ମିଳୁଛି ବୋଲି ବର୍ଷା ପଟଦାର କହିଛନ୍ତି ।  

ଇନଫ୍ଲୁଏଞ୍ଜା ଭାଇରସ୍ ଲଗାତାର ବିକଶିତ ହେବାରେ ଲାଗିଛି । ଯାହାର ନୂଆ ନୂଆ ମ୍ୟୁଟେସନ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏଥିପାଇଁ ପ୍ରତିବର୍ଷ ଭ୍ୟାକ୍ସିନକୁ ବିକଶିତ କରାଯାଉଛି । ପ୍ରତି ୧୦୦ଜଣଙ୍କ ମଧ୍ୟରେ ମାତ୍ର ୬ଜଣଙ୍କ ମଧ୍ୟରେ ପିଜିଟିଭ୍ ଦେଖିବାକୁ ମିଳୁଥିବା ଏନଆଇସି ପ୍ରମୁଖ କହିଛନ୍ତି।  

   Related Posts