ଭୟଙ୍କର ଝଡତୋଫାନ ଆଶଙ୍କା
8/05/2018 at 5:57 AM

ଉତ୍ତର-ପୂର୍ବ ଭାରତରେ ଘୂର୍ଣିଳବୟ । ଦକ୍ଷିଣ ମହାରାଷ୍ଟ୍ର ଏବଂ ସିକିମ୍ ଉପରେ ଏକ ଘୂର୍ଣ୍ଣିବଳୟ ରହିବା ସହିତ ପଶ୍ଚିମବଙ୍ଗ ଏବଂ ଆସାମ ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣିବଳୟର ରହିଛି ।ବାୟୁମଣ୍ଡଳରୁ ୯ ଶହ ମିଟର ଉପରେ ରହିଛି ଏହି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଭୟଙ୍କର ଝଡିତୋଫାନ ସମ୍ବାବନା। ଉତ୍ତରଭାରତ ଓ ପୂର୍ବ ଭାରତର ୧୩ଟି ରାଜ୍ୟରେ ଆଜି ଘୁର୍ଣ୍ଣିଝଡ ସହ ପ୍ରବଳ ବର୍ଷା ଓ କୁଆପଥର ମାଡ ସମ୍ଭାବନା। ଦେଶର ୨୦ଟି ରାଜ୍ୟରେ ଝଡିତୋଫାନ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଝଡିବାତ୍ୟାର ସର୍ବାଧିକ ଆଶଙ୍କା ରହିଥିବାରୁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ,ହରିୟାଣା,ୟୁପି ଓ ପ଼ଞ୍ଜାବରେ ଦୁଇ ଦିନ ସ୍କୁଲ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଉତ୍ତରପ୍ରଦେଶ,ବିହାର,ପଶ୍ଚିମବଙ୍ଗ,ସିକ୍କିମ୍,ଓଡିଶା,ଆସାମ,ମେଘାଳୟ,ନାଗାଲାଣ୍ଡ,ମଣିପୁର,ମିଜୋରାମ,ତ୍ରିପୁରା,କର୍ଣ୍ଣାଟକ,କେରଳ ଘୁର୍ଣ୍ଣିଝଡରେ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କରିଛି ଆକଳନ। ଏହି ସବୁ ରାଜ୍ୟରେ ଲୋକମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ପରାମର୍ଶ। ସେପଟେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ହିଟ୍ ୱଭ୍ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୯ତାରଖରୁ ତାପମାତ୍ରା କମୁଥିବା ବେଳେ ୧୩-୧୪ ତାରିଖରୁ ତାପମାତ୍ରା ଆହୁରି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କରିଛି ପୂର୍ବାନୁମାନ। ଏସଆରସି ପକ୍ଷରୁ ବିଜୁଳି,ଘୂର୍ଣି ଝଡ଼,ଧୂଳି ଝଡ଼ ନେଇ ସତର୍କ ସୂଚନା ଜାରି କରାଯାଇଛି । ବିଜୁଳି ମାରିବା ବେଳେ ମେଟାଲ ପାଇପ୍, ପାଣି ପାଇପ୍, ଘର ଝରକା ଧରିବାକୁ ମନାକରାଯାଇଛି । ସେହିଭଳି ଗଛ ମୂଳରେ ନରହିବା ସହ ଖାଲି ପାଦରେ କି ହାତରେ ମାଟି କୁ ଛୁଇଁବାକୁ ମନା କରାଯାଇଛି । ସେହିଭଳି କାର କି ବସ୍ ଭିତରେ ଥିଲେ ଗାଡ଼ିରୁ ନଓହ୍ଲାଇବା, ଫେ।ନ୍ ବ୍ୟବହାର ନକରିବା ସହ ପାଣି ଭିତରେ ନରହିବାକୁ ପରାମର୍ଶ ଦିଆଯାଇଛି ।