ଭୂମିକମ୍ପରେ ଥରିଲା ଝାଡ଼ଖଣ୍ଡ : ରିକ୍ଟର ସ୍କେଲରେ ୪.୩ ତୀବ୍ରତା
21/08/2020 at 2:43 PM

Image Courtesy : dainik bhaskar
ସାହେବଗଞ୍ଜ ୨୧/୮: ଝାଡ଼ଖଣ୍ଡର ସାହେବଗଞ୍ଜ ଅଞ୍ଚଳରେ ଶୁକ୍ରବାର ଦ୍ବିପ୍ରହରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିମ୍ପର ତୀବ୍ରତା ୪.୩ଥିଲା। କୁହାଯାଉଛି ଯେ ଦ୍ବିପ୍ରହର ୧୨ଟା ୭ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ବର୍ତ୍ତମାନ କ୍ଷୟକ୍ଷତି ବିଷୟରେ ସୂଚନା ମିଳିନାହିଁ।
ଏହା ପୂର୍ବରୁ ଅଗଷ୍ଟ ୮ତାରିଖରେ ଓଡ଼ିଶାର ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ରିକ୍ଟର ସ୍କେଲରେ ୩.୮ ତୀବ୍ରତା ଥିବା ଭୂମିକମ୍ପର ଝଟକା ଅନୁଭୂତ କରାଯାଇଥିଲା। ମୃତାହତ କିମ୍ବା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ପାଣିପାଗ ବିଭାଗ ଅନୁସାରେ ଭୂମିକମ୍ପ ସକାଳ ୭ଟାରେ ବ୍ରହ୍ମପୁରରୁ ୭୩କିଲୋମିଟର ଦକ୍ଷିଣ-ପଶ୍ଚିମରୁ ଆସିଥିଲା।