ଭୂତ ନାଁରେ ଜବ୍ କାର୍ଡ, ମାଟି ଖୋଳୁଛି ଭୂତ !
4/05/2018 at 10:10 PM

ଡିଆମ୍ବଠା ଗାଁର ଘୋସରା ବନ୍ଧର ମରମତି ଓ ଗାର୍ଡ ୱାଲ୍ କାମ ରେ ଅନିୟମିତତା ଅଭିଯୋଗରେ ସାନଖେମୁଣ୍ଡି ବ୍ଳକ୍ ଏରେଣ୍ଡ୍ରା ପଞ୍ଚାୟତ ର G.R.S ଚାକିରିରୁ ବହିଷ୍କୃତ । P.D D.R.D.Aଙ୍କ ତଦନ୍ତ ପରେ G.R.S ରବୀନ୍ଦ୍ର ପ୍ରଧାନଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଡିଆମ୍ବଠା ଗାଁର ଘୋସରା ବନ୍ଧର ମରମତି ଓ ଗାର୍ଡ ୱାଲ୍ କାମରେ ୨ ଜଣ ମୃତକଙ୍କ ନାଁରେ କାର୍ଯ୍ୟ କରିଥିବା ଦର୍ଶାଇ ହଡପ କରିଥିବା ଅଭିଯୋଗ ହୋଇଥିଲା। ୨ ମୃତକ ହେଲେ ମାଳୁନି ନାହାକ ଏବଂ ବିନୋଦ ସାମଲଙ୍କ ନାମରେ ଏହି ଘଟଣାର ତଦନ୍ତ ପରେ G.R.S କାର୍ଯ୍ୟରେ ଅବହେଳା କରିଥିବା ଜଣାପଡିଥିଲା । ମୃତକ ଦୁଇ ଜଣଙ୍କ ନାଁରେ କାର୍ଯ୍ୟ କରିଥିବା ନେଇ ମାଷ୍ଟର ରୋଲରେ ଦର୍ଶାଇ ଟଙ୍କା ହଡପ କରିବା ଘଟଣାରେ ଚାକିରୀରୁ ବହିଷ୍କାର କରିଥିବା ଜଣାପଡିଛି।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023