ଭୁବନେଶ୍ୱର କପିଶେଶ୍ୱର ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
8/06/2018 at 12:14 AM

ଟ୍ରକ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର। ମୃତକ ଜଣକ ହେଲେ କପିଳେଶ୍ୱରପୁର ଗାଁର ଭବାନୀଶଙ୍କର ମୁଦୁଲି। ଭବାନୀ ତାଙ୍କ ମାଙ୍କ ସହ ସାମନ୍ତରାପୁର ସୁନ୍ଦରପଦା ଯାଉଥିବାବେଳେ କପିଶେଶ୍ୱର ଛକ ନିକଟରେ ତାଙ୍କ ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଭବାନୀଙ୍କର ମୃତ୍ୟୁ ହୋଇଯାଇଥିଲା, ଗୁରୁତର ଅବସ୍ଥାରେ ତାଙ୍କ ମାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ଫଳରେ ସ୍ଥାନିୟ ଲୋକେ ଏକ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଘଟଣ ସ୍ଥଳରେ ଲିଙ୍ଗରାଜ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଏବଂ ସେହି ସ୍ଥାନରେ ଭାରି ଯାନ ଚଳାଚଳ ବନ୍ଦ କରିବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।