ଭୁବନେଶ୍ୱରର ବଡଗଡ, ବାସୁଆଘାଇ ଏବଂ ଲକ୍ଷ୍ମସାଗର ଅଞ୍ଚଳରେ ଶହଶହ କୋଟି ଟଙ୍କାର ଜମି ଜାଲିଆତି ଅଭିଯୋଗ
21/04/2018 at 10:09 PM

ଭୁବନେଶ୍ୱରର ବଡଗଡ, ବାସୁଆଘାଇ ଏବଂ ଲକ୍ଷ୍ମୀସାଗର ଅଞ୍ଚଳରେ ଶହଶହ କୋଟି ଟଙ୍କାର ଜମି ଜାଲିଆତି ଅଭିଯୋଗ । ଏଭଳି ଅଭିଯୋଗ ଆଣିଛି କଳିଙ୍ଗ ନ୍ୟସନାଲ ଫ୍ରଣ୍ଟ । କଟକରେ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛି ସଂଘ । ୪୨ ଏକର ଜମି ହେର୍ଫେର୍ ଅଭିଯୋଗ । ଶାସକ ଦଳର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ନିକଟତମ ବ୍ୟକ୍ତି, ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଏଭଳି ଜମି ଜାଲିଆତି କରିଥିବା ଅଭିଯୋଗ ହୋଇଛି । ଜମି ରେକର୍ଡ ପତ୍ରରେ ଜାଲିଆତି କରି ପ୍ରତାପ ନାମକ ଜଣେ ଯୁବକ ବଡଗଡ, ବାସୁଆଘାଇ ଏବଂ ଲକ୍ଷ୍ମୀସାଗର ଅଞ୍ଚଳରେ ୪୨ ଏକର ମୁଲ୍ୟବାନ ଜମି ଅନ୍ୟମାନଙ୍କୁ ବିକ୍ରୀ କରିଦେଇଛନ୍ତି । ଭୁବନେଶ୍ୱର ଏସଡିଜିଏମ କୋର୍ଟ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନିଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବା ସତ୍ୱେ ପୋଲିସ ଶାସକ ଦଳ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆସନ୍ତା ୩୦ ତାରିଖ ସୁଧା ଗିରଫ କରାନଗଲେ କଳିଙ୍ଗ ନ୍ୟସନାଲ ଫ୍ରଣ୍ଟ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି ।