ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ୍
18/05/2018 at 10:46 PM

ଭୁବନେଶ୍ୱର ଗଜପତି ନଗର ବ୍ୟାଙ୍କ କଲୋନୀରେ ଠାବ ହୋଇଛି ସେକ୍ସ ରାକେଟ୍। ଏକ ଅର୍ଦ୍ଧ ନିର୍ମିତ ଘରେ ଚାଲିଥିଲା ଏହି ରାକେଟ୍ । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି ସେକ୍ସ ରାକେଟ ଠାବ କରିବା ସହ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଅନୈତିକ କାରବାରରେ ଲିପ୍ତ ଥିବା ୩ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଘରୋଇ ଅଭିନେତ୍ରୀ ବୋଲି ପରିଚୟ ଦେଇ ଜଣେ ମହିଳା ଘର ଭଡ଼ା ନେଇ ରହୁଥିଲେ । ତାଙ୍କ ନିକଟକୁ ଅନେକ ଝିଅ ଆସୁଥିଲେ । ସେଠାରେ ପାଖ ପଡ଼ୋଶୀ ବି କିଛି ଖବର ଜାଣିପାରୁ ନଥିଲେ । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ କରିଛି । ଘରର ମାଲିକ କିଏ ତାହା ଜଣା ପଡ଼ିନାହିଁ ।