suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭୁବନେଶ୍ୱରରେ ପହଞ୍ଚିଲେ ପିସିସିର ନୂତନ ସଭାପତି ନିରଞ୍ଜନ ପଟ୍ଟନାୟକ

21/04/2018 at 10:21 PM

ଭୁବନେଶ୍ବରରେ ପହ଼଼ଞ୍ଚିଲେ ପିସିସିର ନୂତନ ସଭାପତି ନିରଞ୍ଜନ ପଟ୍ଟନାୟକ । ଭୁବନେଶ୍ବର ବିମାନ ବନ୍ଦରରେ ପିସିସିର ନୁତନ ସଭାପତିଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ କର୍ମିଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏପରିକି ଯେଉଁମାନେ କଗ୍ରେସରୁ ମୁହଁ ଫେରାଇ ନେଇଥିଲେ ସେମାନଙ୍କୁ ମଧ୍ୟ ଏଠାରେ କଗ୍ରେସ ପତାକା ଧରି ଜିନ୍ଦାବାଦ କରୁଥିବା ଦେଖା ଯାଇଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏକ ବିରାଟ ଶୋଭାଯାତ୍ରାରେ ନୁତନ ପିସିସି ସଭାପତିଙ୍କୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ନେତା ଓ କର୍ମୀମାନେ । ଏହି ଶୋଭାଯାତ୍ରାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫ହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।ଖାଲି ପଡିଥିବା କଂଗ୍ରେସ ଭବନ ଆଜି ଉସ୍ଥବ ମୁଖର ହୋଇପଡିଥିଲା । କଂଗ୍ରେସ ଭବନରେ ବହୁ ନେତା ଓ କର୍ମି ପୁଷ୍ପ ଗୁଚ୍ଛ ଦେଇ ନୁତନ ପିସିସି ସଭାପତି ନିରଞନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏପଟେ କଂଗ୍ରେସ ର୍କମୀ ଓ କର୍ମକର୍ତ୍ତାକୁ ଚଳଚଞ୍ଚଳ କରିବା ପାଇଁ ଆସନ୍ତା କାଲି ମାରଥନ ବୈଠକ ବସିବ। ଦିନ ୯ଟା ୩୦ ମିନିଟରେ କଂଗ୍ରେସ ଭବନରେ ବିଧାୟକ ମାନଙ୍କ ସହ ବୈଠକ ତାପରେ ୧୦ଟା ୩୦ରେ ଯୁବ , ଛାତ୍ର କଂଗ୍ରେସ ଓ ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ଏହାପରେ ୧୧ଟା ୩୦ରେ ସେବାଦଳ ଓ ମହିଳା କଂଗ୍ରେସ ସହ ବୈଠକ ତାପରେ ଜିଲ୍ଲା ସଭାପତି ମାନଙ୍କ ବୈଠକ ବସିବ ।

Leave a Reply

   Related Posts