ଭିଜିଲାନ୍ସ ଜାଲରେ କିରାଣୀ, ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ଚଢାଉ
10/01/2023 at 11:27 AM

ରାଉରକେଲା ୧୦।୦୧ : ଭିଜିଲାନ୍ସ ଜାଲରେ କିରାଣୀ । ରାଉରକେଲା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ କିରାଣୀ ନନ୍ଦି କିଶୋର ନାଥଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଏକାସାଙ୍ଗେ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି ।
ଖବର ଅନୁଯାୟୀ, ଆୟ ବହିର୍ଭୁତ ସମତ୍ତି ଠୁଳ ଅଭିଯୋଗରେ ରାଉରକେଲା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ କିରାଣୀ ନନ୍ଦି କିଶୋର ନାଥଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଛି। ସମ୍ବଲପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରଖିଛି। ଏହି ଚଢାଉରେ ୩ ଜଣ ଡିଏସପି, ୯ ଜଣ ଇନସପେକ୍ଟର, ଜଣେ ଏସଆଇ, ୨ ଜଣ ଏଏସଆଇ ସାମିଲ ଅଛନ୍ତି।
ଭୁବନେଶ୍ଵର, ବରଗଡ଼, ରାଉରକେଲା ଏବଂ ସମ୍ବଲପୁରର ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ନନ୍ଦି କିଶୋରଙ୍କ ଭୁବନେଶ୍ଵର ଲକ୍ଷ୍ମୀସାଗର ସ୍ଥିତ ଫ୍ଲାଟ, ବରଗଡ଼ ସ୍ଥିତ ପୈତୃକ ଘର, ରାଉରକେଲା ସ୍ଥିତ ସରକାରୀ କାର୍ଯୟାଳୟ ଏବଂ ବାସଭବନ, ସମ୍ଵଲପୁର ସ୍ଥିତ ଘର ଏବଂ ଶ୍ଵସୁର ଘରେ ରେଡ୍ ଚାଲିଛି।