ମହାନଦୀ ସ୍ରୋତରେ ଭାସିଗଲା ଡଙ୍ଗା; ଫସିଛନ୍ତି ୫୦ ଯାତ୍ରୀ
20/08/2022 at 8:06 PM

କେନ୍ଦ୍ରାପଡ଼ା ୨୦/୦୮: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୁଦ ଫେରି ଘାଟରେ ଅଘଟଣ। ପାରାଦୀପ ଆଡ଼ୁ ବାହାକୁଦ ଘାଟକୁ ଆସୁଥିବା ଏକ ଡଙ୍ଗା ୪ କିମି ଦୁରକୁ ପ୍ରଖର ସ୍ରୋତରେ ଭାସିଯାଇଛି। ଏହି ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଥିଲେ ବୋଲି ସୂଚନା ଜଣା ପଡ଼ିଛି। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ବାହାକୁଦ ଫେରି ଘାଟରେ ଦେଖିବାକୁ ମିଳିଛି।
ଶନିବାର ସନ୍ଧ୍ୟାରେ ପାରାଦୀପଆଡ଼ୁ ଏକାଫେରି ଘାଟରେ ୫୦ରୁ ଅଧିକ ଯାତ୍ରିଙ୍କୁ ନେଇ ବାହାକୁଦ ପଟକୁ ଆସୁଥିଲା। ଏହି ସମୟରେ ମହାନଦୀ ପ୍ରଖର ସୁଅରେ ଡଙ୍ଗାଟି ଭାସିଯାଇଛି। ଏହି ଘାଟଟି ବଙ୍ଗୋପସାଗର ମୁହାଣ ପାଖରେ ରହିଛି। ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଆସୁଥିବା ବେଳେ ସହ ଫେରି ଘାଟ ମୁହାଣ ନିକଟକୁ ଭାସିଯାଇଛି। ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ସାମୁଦ୍ରିକ ଥାନାର କର୍ମଚାରୀ, ସ୍ଥାନୀୟ ଲୋକ, ଓ ମହାକାଳପଡ଼ା ବ୍ଲକର ବିଡିଓ ଉଦ୍ୟମ ଜାରି ରଖିଛନ୍ତି। ମହାନଦୀରେ ବନ୍ୟା ସମୟରେ ବିପଦପୂର୍ଣ୍ଣ ଭାବେ ଏପରି ଘାଟ ଚଳାଇବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।