Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌ : ଜଣେ ମୃତ, ଜଣେ ଗୁରୁତର

9/08/2022 at 7:45 AM

ରାଉରକେଲା ୦୯।୦୮: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ରାଜଗାଙ୍ଗପୁର  କାଂଶବାହାଲ ଫାଣ୍ଡି ବିଲେଇଗଡ଼ ନଦୀ ନିକଟରେ ଏହି ଦୁର୍ଘଟଣା ଘଟିଛି ।

 ଖବର ଅନୁଯାୟୀ, ଏକ ଇନ୍‌ଭୋ ଗାଡିଟି ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଯାଉଥିଲା । ହେଲେ ସୁନ୍ଦରଗଡ଼ ରାଜଗାଙ୍ଗପୁର କାଂଶବାହାଲ ଫାଣ୍ଡି ବିଲେଇଗଡ଼ ନଦୀ ନିକଟରେ ଦ୍ରୁତଗାମୀ ଇନ୍‌ଭୋ କାର୍‌ଟି ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଏବେ ସୁଦ୍ଧା ମୃତହାତଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ଭର୍ତ୍ତି କରାଯାଇଛି ।

   Related Posts