scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତ-ଇଂଲଣ୍ଡ ପ୍ରଥମ ଟି-ଟ୍ବେଣ୍ଟି : ଶ୍ରେୟସ ଆୟରଙ୍କ ଦମଦାର ଇନିଂସ୍, ଇଂଲଣ୍ଡ ସାମ୍ନାରେ ୧୨୫ ରନର ବିଜୟ ଲକ୍ଷ୍ୟ

12/03/2021 at 8:48 PM

ଅହମ୍ମଦାବାଦ ୧୨/୦୩ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍‌ ଜାରି ରହିଛି । ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍‌ ହରାଇ ରନ ୧୨୪ ରନ ସଂଗ୍ରହ କରିଛି ଭାରତ । ଭାରତ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୬୭ ରନ କରି ଆଉଟ ହୋଇଛନ୍ତି । ଯେଉଁଥିରେ ୮ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଅଛି ।

ଖେଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍‌ ଇଣ୍ଡିଆ ।  ଇଂଲଣ୍ଡକୁ ଦ୍ବିତୀୟ ଓଭରରେ ହିଁ ବଡ ସଫଳତା ମିଳିଥିଲା । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ପ୍ରଥମ ସଫଳତା ହାସଲ କରିଥିଲେ । କେଏଲ ରାହୁଲ ମାତ୍ର ୧ ରନ୍‌ କରି ଆଉଟ ହୋଇଥିଲେ । ରାହୁଲଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କୋହଲି ମଧ୍ୟ ନିରାଶ କରିଥିଲେ । ଖାତା ଖୋଲିବା ପୂର୍ବରୁ ଆଦିଲ ରସିଦଙ୍କ ବଲରେ କ୍ରସ୍‌ ଜୋର୍ଡନଙ୍କ ହାତରେ କ୍ୟାଚ୍‌ ଦେଇଥିଲେ କୋହଲି । ଶିଖର ଧାଓ୍ବନ ମଧ୍ୟ ନିରାଶ କରିଥିଲେ । ଦଳ ମାତ୍ର ୨୦ ରନ୍‌ କରିଥିବା ବେଳେ ଶିଖର ଧାଓ୍ବନ ୪ ରନ କରି ଆଉଟ ହୋଇଥିଲେ ।

ଋଷଭ ପନ୍ତ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ୨୩ ବଲ ଖେଳି ୨୧ ରନ୍‌ ଆଉଟ ହୋଇଛନ୍ତି । ହାର୍ଦ୍ଧିକ ପାଣ୍ଡ୍ୟା ୧୯ ରନ୍‌, ସାର୍ଦ୍ଧୁଳ ଠାକୁର ୦ ରନ୍ କରି ଆଉଟ ହୋଇଛନ୍ତି । ସେହିଭଳି ଓ୍ବାଶିଂଟନ ସୁନ୍ଦର ୩ ରନ ଏବଂ ଅକ୍ଷର ପଟେଲ ୭ ରନକରି ନଟ୍‌ ଆଉଟ ଅଛନ୍ତି ।

ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ ଟି ଓ୍ବିକେଟ ନେଇଛନ୍ତି ।​‌ ସେହିଭଳି ଆଦିଲ ରସିଦ, ମାର୍କ ଡଡ୍‌, କ୍ରିସ୍‌ ଜୋର୍ଡନ ଏବଂ ବେନ୍‌ ଷ୍ଟୋକସ୍‌ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ନେଇଛନ୍ତି । ଇଂଲଣ୍ଡକୁ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ ।

   Related Posts