ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଭାରତର ପଡ଼ୋଶୀ ରାଷ୍ଟ୍ରରେ ଶସ୍ତା ହେଲା ପେଟ୍ରୋଲ୍, ଡିଜେଲ୍‌ ଲିଟର ୪୩୦

3/10/2022 at 7:01 PM

ନୂଆଦିଲ୍ଲୀ, ୦୩/୧୦: ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଭାରତର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ପେଟ୍ରୋଲ୍‌ର ଦାମ୍‌ରେ ହ୍ରାସ ଘଟିଛି । ମହଙ୍ଗା ମାଡ଼ରେ ଜୁଝୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ ୪୦ ଟଙ୍କା ପ୍ରତି ଲିଟର ଶସ୍ତା ହୋଇଛି । ଅନ୍ୟପଟେ ଡିଜେଲ୍‌ ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଶ୍ରୀଲଙ୍କା ସରକାର ଶନିବାର ପେଟ୍ରୋଲ୍‌ର ଦାମ୍‌ରେ ୪୦ ଟଙ୍କା ହ୍ରାସ କରିଛନ୍ତି । ଯେଉଁ କାରଣରୁ ପେଟ୍ରୋଲ୍‌ ଦାମ୍‌ ଅପେକ୍ଷା ଡିଜେଲ୍ ଦାମ୍‌ ଅଧିକ ହୋଇଛି । ଶ୍ରୀଲଙ୍କାରେ ପ୍ରଥମ ଥର ପାଇଁ ଡିଜେଲ୍‌ ପେଟ୍ରୋଲ୍‌ ଠାରୁ ଅଧିକ ମହଙ୍ଗା ହୋଇଛି ।

ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ କଞ୍ଚନ ବିଜୟଶେଖର ଶନିବାର ଅର୍ଥାତ ୧ ଅକ୍ଟୋବରକୁ ପେଟ୍ରୋଲ୍‌ରେ ଛାଡ଼ ଘୋଷଣା କରିବା ସହିତ କହିଥିଲେ ଯେ ପେଟ୍ରୋଲ୍‌ର ନୂଆ ଦାମ୍‌ ୪୧୦ ଟଙ୍କା ପ୍ରତି ଲିଟର ହେବ । କହି ରଖୁଛୁ ଯେ ପେଟ୍ରୋଲ୍‌ ଦାମ୍‌ରେ ହ୍ରାସ ପୂର୍ବରୁ ଏହା ୪୫୦ ଟଙ୍କାରେ ବିକ୍ରି ହେଉଥିଲା ।

ଅନ୍ୟପଟେ ଶ୍ରୀଲଙ୍କାରେ ଡିଜେଲ୍‌ର ଦାମ୍‌ ଏବେ ମଧ୍ୟ ୪୩୦ ଟଙ୍କା ରହିଛି । ଡିଜେଲ୍‌ ପେଟ୍ରୋଲ୍‌ ଠାରୁ ମହଙ୍ଗା ହୋଇଛି । ଗତମାସରେ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚାତୈଳ ଦରରେ ହ୍ରାସ ଦେଖିବାକୁ ମିଳିଥିଲା । କ୍ରୁଡ୍‌ ଅଏଲ୍‌ର ଦାମ୍‌ ପ୍ରତି ବ୍ୟାରେଲ୍‌ ୯୦ ଡଲାର୍‌ ତଳେ ରହିଥିଲା । ଭାରତୀୟ କମ୍ପାନୀ ୪ ମାସରୁ ଅଧିକ ସମୟ ହେବ ପେଟ୍ରୋଲ୍‌ ଏବଂ ଡିଜେଲ୍‌ରେ କୌଣସି ପରିବର୍ତ୍ତନ କରିନାହାନ୍ତି । ତେଣୁ ଦେଶରେ ଇନ୍ଧନ ଦାମ୍‌ ସ୍ଥିର ରହିଛି ।   

   Related Posts