ଭଦ୍ରକରେ ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି ସାଳନ୍ଦୀ ।
28/08/2018 at 7:53 AM

ଭଦ୍ରକ;୨୮/୦୮- ଭଦ୍ରକରେ ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି ସାଳନ୍ଦୀ । ଭଦ୍ରକ ସହରର ରାଜଘାଟ ପୋଲ ନିକଟରେ ବିପଦ ସଙ୍କେତ 15.08 ମିଟର ଥିବା ବଳେ ଏବେ ଜଳ ସ୍ତର 15.00 ମିଟର ରହିଛି । ଜଳ ଜଳସ୍ତର ବିପଦ ସଙ୍କେତ ଟପି ନଥିଲେ ବି ଭଦ୍ରକ ସହରର କତେକାଂଚଳରେ ବନ୍ୟା ପାଣି ଲୋକଙ୍କ ଘରେ ପଶିଲାଣି । ଭଦ୍ରକ ସହରର ଗର୍ଦପୁର, ଦୁର୍ଗ।ପୁର, ବଙ୍କବାସୁଦେବପୁର ଆଦି ଅଂଚଳରେ ବନ୍ୟା ଜଳ ଲୋକଙ୍କ ଘରେ ପଶିଛି । ଜଳ ନିସ୍କାସନ ପାଇଁ ଗର୍ଦପୁରରେ ପମ୍ପ ଲଗାଯାଇଛି । ହଦଗଡରୁ ଆଉ ଅଧିକ ବନ୍ୟା ଜଳ ସାଳନ୍ଦୀ ନଦୀକୁ ଛଡା ଯିବ ନାହିଁ ବୋଲି ଜଳସେଚନ ବିଭାଗ ସୂଚନା ଦେଇଛି । ଗୋବିନ୍ଦପୁର ପଂଚାୟତରେ ସାଳନ୍ଦୀ ନଦୀ ଉପରେ ହୋଇଥିବା ପୋଲର ଆପ୍ରୋଚ ରୋଡ 4ଫୁଟ ଦବି ଯାଇଛି । ଫଳରେ ଓଲଙ୍ଗ-ଗୋବିନ୍ଦପୁର ଯୋଗାଯୋଗ ବିଛିନ୍ନ ହୋଇଯାଇଛି
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022