ଭଙ୍ଗା ଦଦରା ଘରେ ଚାଲିଛି ଆଙ୍ଗନଓ୍ୱାଡି କେନ୍ଦ୍ର
4/05/2018 at 10:19 PM

କୁହାଯାଉଛି ଶିଶୁ ହସିଲେ ଦେଶ ହସିବ। ହଲେ ଏଠାରେ ଶିଶୁମାନେ କିଭଳି ଅବସ୍ଥାରେ ଓ ଅପରିଷ୍କାର ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପାଠ ପଢୁଛନ୍ତି ତାହା ନ କହିବା ଭଲ। ଏଭଳି ସ୍ଥିତିରେ ଶିଶୁ ମାନଙ୍କ ଭବିଷ୍ୟତ କିଭଳି ଉଜ୍ବଳ ହେବ କହିବା ମୁସ୍କିଲ। କେଉଠି ଗଛମୂଳେ ତ କେଉଠି ବାରଣ୍ଡାରେ ତ ଆଉ କେଉଠି ମଣ୍ଡପରେ ପିଲାମାନେ ପାଠ ପଢୁଛନ୍ତି। ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ବି ଘର ନାହିଁ, ଖୋଲା ଆକାଶ ତଳେ ହେଉଛି ରୋଷେଇ।ଏ ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁର। ସେହିଭଳି କେଉଠି ମଣ୍ଡପ ଘରେ ଅଙ୍ଗନବାଡି କେନ୍ଦ୍ର ଚାଲିଛି ତ ଆଉ କେଉଠି ଗଛମୂଳେ। ଅଙ୍ଗନବାଡି ଗୃହ ନିର୍ମ।ଣ କରାଯାଇନି ଏଯାଏଁ। ସରକାର ଅର୍ଥ ଅନୁଦାନ ଯୋଗାଇ ଦେଉଛନ୍ତି, ହଲେ ନିର୍ମ।ଣ ହୋଇପାରୁନି ଏଯାଏଁ। ଫଳରେ ଭାଗ୍ୟକୁ ଆଦରି ପିଲାମାନେ ପାଠ ପଢୁଛନ୍ତି।