Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବ୍ୟାଙ୍କ କର୍ମଚାରୀଙ୍କ ୪୮ ଘଣ୍ଟିଆ ଧର୍ମଘଟ

30/05/2018 at 11:07 PM

ବ୍ୟାଙ୍କ କର୍ମଚାରୀଙ୍କ ଧାରଣା । ୪୮ ଘଣ୍ଟିଆ ଧର୍ମଘଟକୁ ମିଳିତ ଭାବରେ ଓହ୍ଲାଇଛି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ସଂଗଠନ । ଫଳରେ ବ୍ୟାଙ୍କ କାର୍ଯ୍ୟ ଠପ୍ ଓ ଗ୍ରାହକ ହନ୍ତସନ୍ତ ।
କାରବାର ବନ୍ଦ କରି ଧାରଣାରେ ବ୍ୟାଙ୍କ୍ କର୍ମଚାରୀ । ବ୍ୟାଙ୍କ ଫାଟକ ଆଗରେ କର୍ମଚାରୀଙ୍କ ନାରାବାଜି । ୨ ପ୍ରତିଶତ ଦରମା ବୃଦ୍ଧିକୁ ପ୍ରତ୍ୟାଖାନ କରି ୪୮ ଘଣ୍ଟିଆ ଧର୍ମଘଟକୁ ଓହ୍ଲାଇଛି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନସ୍ । ଦେଶର ସବୁ ବ୍ୟାଙ୍କ୍ ଆଗରେ ଆଜି ଏହି ଚିତ୍ର । ଭୁବନେଶ୍ବରରେ ଆରବିଆଇ, ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖା, ୟୁକୋ ବ୍ୟାଙ୍କର ମୁଖ୍ୟ ଶାଖା ସମେତ ଅଧିକାଂଶ ବ୍ୟାଙ୍କରେ ଧାରଣାରେ ବସିଥିଲେ କର୍ମଚାରୀ । ୨ ପ୍ରତିଶତ ନୁହେଁ, କମ୍ ସେ କମ୍ ୧୫ ପ୍ରତିଶତ ଦରମା ବଢାଇବାକୁ ଦାବି କରିଥିଲେ ।

Leave a Reply

   Related Posts