ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଶୁଣାଣି, ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହେବେ ହାଜର

11/10/2022 at 8:27 AM

ଭୁବନେଶ୍ୱର ୧୧/୧୦: ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗଙ୍କ ଜମିନ୍ ଆବେଦନ ଉପରେ ଆଜି ଶୁଣାଣି ହେବ। ରାଣୀ ମହୁମାଛି ଅର୍ଚ୍ଚନା ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର ହେବେ ବୋଲି ଜଣାପଡ଼ିଛି । ଏବଂ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ଅଦାଲତ ।

ସେପଟେ ବ୍ଲାକମେଲର ରାଣୀ ଅର୍ଚ୍ଚନା କିଭଳି ଲୋକଙ୍କୁ ଫସାଇ ଟଙ୍କା ଆଦାୟ କରୁଥିଲେ ତାର ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି । ରାଜଧାନୀ ଭୁବନେଶ୍ବରରେ ରହି ବଡ଼ ଧରଣର ସେକ୍ସ ରାକେଟ୍ ଚଳାଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ନିଜ ମାୟା ଜାଲରେ ନେତା, ମନ୍ତ୍ରୀ, ପ୍ରଶାସକ, ଅଭିନେତା, ଫିଲ୍ମ ପ୍ରଯୋଜକଙ୍କୁ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।

ଏବେ ସୋସିଆଲ୍ ମିଡିଆରେ ଅର୍ଚ୍ଚନାଙ୍କ ନାଗଫାସରେ ଫସିଥିବା ଅନେକ ବଡ଼ ବଡ଼ିଆଙ୍କ ନାଁ ଘୁରି ବୁଲୁଛି । ସେପଟେ ଅର୍ଚ୍ଚନାଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଲାଗି ପଡ଼ିଛି ଖଣ୍ଡଗିରି ଥାନା ପୋଲିସ।

   Related Posts