ବ୍ରହ୍ମପୁର ସରକାରୀ ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନକୁ ମିଳିଲା ଏ.ଆଇ.ସି.ଟି.ଇ ମଞ୍ଜୁରୀ
22/05/2018 at 10:23 PM

ବ୍ରହ୍ମପୁରର ସରକାରୀ ପଲି ଟେକ୍ନିକ୍ ଶିକ୍ଷାନୁଷ୍ଠାନ। ୧୯୯୫ ମସିହାରେ ଏହି ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଥିଲା। ଦୁଇଟି ବ୍ରାଞ୍ଚ୍କୁ ନେଇ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ପର୍ଯ୍ୟାୟକ୍ରମେ ୬ଟି ବ୍ରାଞ୍ଚ୍ ରହିଛି। ୬ଟି ବ୍ରାଞ୍ଚରେ ୩୦୦ ଛାତ୍ରଛାତ୍ରୀ ଏବଂ ଭିନ୍ନକ୍ଷମଙ୍କ ପାଇଁ ୨୫ ଛାତ୍ରଛାତ୍ରୀ ପାଠ ପଢିବା ବ୍ୟବସ୍ଥା ରହିଛି। ହେଲେ ଶିକ୍ଷକ ପଦବୀ ସହ ଅନ୍ୟ ଉପକରଣ ଅଭାବ ଦର୍ଶାଇ ଏ.ଆଇ.ସି.ଟି.ଆଇ ପକ୍ଷରୁ ଜଏନିଂ ବନ୍ଦ କରିବାକୁ ଶିକ୍ଷାନୁଷ୍ଠାନକୁ ପତ୍ର ମାଧ୍ୟମରେ ଜଣାଇଥିଲେ। ଏବେ ପୁଣି ଜଏନିଂ କରେଇବାକୁ ଏ.ଆଇ.ସି.ଟି.ଆଇ ଅନୁମତି ଦେଇଥିବା ଏକ ପତ୍ର ମାଧ୍ୟମରେ ଜଣାଇଥିବା କହିଛନ୍ତି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଚତୁର୍ଭୁଜ ପାତ୍ର। ୩୦ ଜଣ ଶିକ୍ଷକଙ୍କ ଆବଶ୍ୟକ ସ୍ଥଳେ ରହିଛନ୍ତି ମାତ୍ର ୧୧ ଜଣ ଶିକ୍ଷକ। କେତେକ ଅସ୍ଥାୟୀ ଶିକ୍ଷକଙ୍କ ଜରିଆରେ ପାଠ ପଢା ସମ୍ପନ୍ନ କରାଯାଉଥିବା କହିଛନ୍ତି ଅଧ୍ୟକ୍ଷ। ତେବେ ଜଏନିଂ ପାଇଁ ପୁଣି ଥରେ ଏ.ଆଇ.ସି.ଟି.ଆଇ ଅନୁମତି ମିଳିବା ପରେ କଲେଜ୍ କର୍ତ୍ତୃପକ୍ଷ ଖୁସି ଥିବା କହିଛନ୍ତି।