ବ୍ରହ୍ମପୁର ଶ୍ରୀରାମନଗର ହତ୍ୟାକାଣ୍ଡ ଘଟଣାରେ ବଡବଜାର ପୁଲିସ ଦ୍ୱାରା ଜଣେ ଗିରଫ
19/05/2018 at 9:25 PM

ବ୍ରହ୍ମପୁର ଶ୍ରୀରାମନଗର ହତ୍ୟାକାଣ୍ଡ ଘଟଣାରେ ବଡବଜାର ପୁଲିସ ଦ୍ୱାରା ଜଣେ ଗିରଫ। ଗିରଫଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ କରିଛି ପୁଲିସ। ଗତ ଏପ୍ରେଲ୍ ମାସ ୩୦ ତାରିଖରେ ନାତି ତରୁଣ ମହାରଣା ଅଜା ଅରକ୍ଷିତ ମହାରଣାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଅରକ୍ଷିତକୁ ବଡ ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଅରକ୍ଷିତଙ୍କ ମୃତ୍ୟୁ ହୋଇଥିଲା। କାର୍ କିଣିବା ପାଇଁ ନାତି ତରୁଣ ଅଜା ଅରକ୍ଷିତଙ୍କୁ ଦୁଇ ଲକ୍ଷ ଟଙ୍କା ମାଗିଥିଲା। ଅଜା ଟଙ୍କା ଦେବାକୁ ମନା କରିଦେଇଥିଲେ। ରାତିରେ ଅରକ୍ଷିତ ପରିଶ୍ରା କରିବାକୁ ଦାଣ୍ଡ ବାହାରକୁ ଆସିଥିବାର ସୁଯୋଗ ଦେଖି ତରୁଣ ଛୁରୀରେ ଘାତକ ଆକ୍ରମଣ କରିଥିଲା। ତରୁଣ ନିଜ ଅଜାକୁ ହତ୍ୟା କରିଥିବା ନେଇ ସ୍ବୀକାର କରିଛି। ଏହି ଘଟମାରେ ପୁଲିସ ତରୁଣକୁ ଗିରଫ କରିଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଅତିରିକ୍ତ ଏସ୍.ପି ଶାନ୍ତୁନୁ ଦାସ କହିଛନ୍ତି।