ବ୍ରହ୍ମପୁର ବଡ ମେଡିକାଲ୍ରେ ଅବ୍ୟବସ୍ଥା, ମୋବାଇଲ୍ ଲାଇଟ୍ରେ ଡାକ୍ତର କରୁଛନ୍ତି ଚିକିତ୍ସା
23/05/2018 at 8:18 PM

ଦକ୍ଷିଣ ଓଡିଶାର ବଡ ମେଡିକାଲ୍ ହେଉଛି ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲ୍। ଏମ୍.କେ.ସି.ଜି ମେଡିକାଲ୍ ହେଉଛି ଦକ୍ଷିଣ ଓଡିଶାର ଏକମାତ୍ର ବୃହତ୍ତମ ମେଡିକାଲ୍। ଉତ୍ତମ ସ୍ୱାସ୍ଥ୍ୟସେବା ଆଶାରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା ଏବଂ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରୁ ରୋଗୀ ଏଠାକୁ ଆସିଥାନ୍ତି। ବହୁ ଦୂରଦୂରାନ୍ତରରୁ ଖର୍ଚ୍ଚାନ୍ତ ହୋଇ ରୋଗୀ ଏଠାକୁ ଆସିଥାନ୍ତି। ହେଲେ ରୋଗୀ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଥିବା ଜଣାପଡିଛି। ଏହି ମେଡିକାଲ୍ରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନାହାନ୍ତି। ଡାକ୍ତର ଅଭାବ କାରଣରୁ ବିଭିନ୍ନ ସମୟରେ ରୋଗୀ ସେବା ବିପର୍ଯ୍ୟସ୍ଥ ହେଉଥିବା ନଜିର ରହିଛି। କେବଳ ଏତିକି ନୁହେଁ। ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁଁ ରୋଗୀସେବା ବ୍ୟାହାତ ହେଉଥିବା ଅଭିଯୋଗ ହୋଇଛି। ଆପଣମାନେ ଭଲଭାବେ ଦେଖନ୍ତୁ। କେମିତି ଚାଲିଛି ରୋଗୀସେବା। ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ମେଡିକାଲ୍ ଅନ୍ଧାର ହୋଇପଡିଛି। ମୋବାଇଲ୍ ଲାଇଟ୍, ଟର୍ଚ୍ଚ ଲାଇଟ୍ରେ ଚାଲିଛି ରୋଗୀ ସେବା। କଷ୍ଟ ହେଉଥିଲେ ମଧ୍ୟ ରୋଗୀ ସେବା କରୁଥିବା କହିଛନ୍ତି ଏହି ମେଡିକାଲ୍ର ଡାକ୍ତର।