ବ୍ରହ୍ମପୁର ବଡ ମେଡିକାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଚାନକ ଚଢାଉ, ତିନି ଦଲାଲ୍ଙ୍କୁ ଧରିଲା ପ୍ରଶାସନ
24/05/2018 at 5:22 PM

ବ୍ରହ୍ମପୁର ବଡ ମେଡିକାଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅଚାନକ ଚଢାଉ କରିଥିଲେ। ଚଢାଉ କରିବା ସମୟରେ ମେଡିକାଲ୍ ପରିସରରେ କିଛି ଦଲାଲ୍ ରହିଥିଲେ। ରୋଗୀଙ୍କୁ ଅନ୍ୟ କ୍ଳିନିକ୍ କୁ ନେବା ପାଇଁ କରୁଥିଲେ ଉଦ୍ୟମ। ବିଭିନ୍ନ ସମୟରେ ଦଲାଲ୍ମାନେ ମେଡିକାଲରେ ଉପସ୍ଥିତ ରହି ରୋଗୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା। ଆଜି ବ୍ରହ୍ମପୁର ତହସିଲ୍ଦାରଙ୍କ ନେତୃତ୍ବରେ ଏକ ଟିମ୍ ଚଢାଉ କରି ତିନିଜଣ ଦଲାଲ୍ଙ୍କୁ ଧରିଥିଲେ। ତିନି ଦଲାଲ୍ଙ୍କୁ ବୈଦ୍ୟନାଥପୁର ପୁଲିସକୁ ହସ୍ତାନ୍ତର କରିଥିଲେ। ରୋଗୀଙ୍କୁ ବିଭିନ୍ନ ସମୟରେ ପ୍ରଭାବିତ କରି ଚିକିତ୍ସାରେ ଦଲାଲ୍ ସାଜିଥିବା ତିନିଜଣଙ୍କୁ ଧରିଥିବା କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଏଭଳି ଚଢାଉ ଜାରି ରହିବ ବୋଲି ଉପ ଜିଲ୍ଲାପାଲ କହିଛନ୍ତି। ସେପଟେ ଦଲାଲ୍ କରୁଥିବା ବିଷୟକୁ ଅସ୍ବୀକାର କରିଛନ୍ତି ଦଲାଲ୍। ତିନିଜଣ ଦଲାଲ୍ ଥାନାରୁ ପି.ଆର୍ ବୋଣ୍ଡ୍ରେ ମୁକୁଳିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।