ବ୍ରହ୍ମପୁର କୋର୍ଟପେଟା ଆନ୍ଧ୍ର ବ୍ୟାଙ୍କ ଶାଖାରେ ଅନିୟମିତତା
3/05/2018 at 9:45 PM

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଇଗଣବାଡ଼ି ଗାଁର ଶାନ୍ତିଲତା ପାତ୍ର । ଗାଁରେ ରହିଛି ଏକ ଛୋଟିଆ ଘର । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ । ବ୍ରହ୍ମପୁର ପାଣିଗ୍ରାହୀପେଟ ସାହିର ଜଣେ ମହିଳା ଋଣ କରାଇଦେବା ପାଇଁ ଶାନ୍ତିଲତାଙ୍କୁ ଘରର କାଗଜପତ୍ର ମାଗିଥିଲେ ଏବଂ ଶଙ୍କର ପାଢୀଙ୍କ ସହ ସାକ୍ଷାତ କରାଇଥିଲେ । ଶଙ୍କର ଓ ସେ ମହିଳା ଜଣକ ମିଶି ସେତେବେଳର ବ୍ୟାଙ୍କ ମ୍ୟାନେଜରଙ୍କୁ ଧରି ୧୨ ଲକ୍ଷ ଟଙ୍କାର ଋଣ ଉଠାଇଥିଲେ । ଶାନ୍ତିଲତାଙ୍କ ଘରର କାଗଜପତ୍ର ଏଥିପାଇଁ ଗ୍ୟାରେଣ୍ଟ ସୁତ୍ରରେ ରଖାଯାଇଥିବା ବେଳେ । ଶାନ୍ତିଲତାଙ୍କ ଅଗୋଚରରେ ତାଙ୍କୁ ଗ୍ୟାରେଣ୍ଟର କରିଦେଇଥିଲେ । ଘରର ଅସଲି କାଗଜପତ୍ର ଶାନ୍ତିଲତାଙ୍କୁ ନଦେଇ ଜେରକ୍ସ କାଗଜପତ୍ର ଧରାଇଦେଇଥିଲେ । ଶାନ୍ତିଲତାଙ୍କୁ ଲୋନ ମିଳିବ କହି ଆଜି ପର୍ଯ୍ୟନ୍ତ ଠକି ଚାଲିଥିଲେ । ସେପଟେ କିନ୍ତୁ ବ୍ୟଙ୍କର ଋଣ ପରିଶୋଧ ନକଲେ ଘରକୁ କବ୍ଜା କରିବା ପାଇଁ ଶାନ୍ତିଲତାଙ୍କୁ ତିନି ଥର ନୋଟିସ ଜାରି କରିବା ପରେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।