LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବି.ଏସ୍.ଏଫ୍ ଯବାନଙ୍କ ମୃତ ଦେହ ଜୟପୁରଠାରେ ସରକାରୀ ବସ୍ ରୁ ଉଦ୍ଧାର

23/04/2018 at 10:18 PM

ବି.ଏସ୍.ଏଫ୍ ଯବାନଙ୍କ ମୃତ ଦେହ ଜୟପୁରଠାରେ ସରକାରୀ ବସ୍ ରୁ ଉଦ୍ଧାର। ମୃତ ଯବାନ ଜଣଙ୍କ ହେଲେ ନରେଶ କୁମାର। ତାଙ୍କ ଘର ହରିଆନାର ରୋହତକରେ।ସେ ମାଲକାନଗିରିରେ କାର୍ଯ୍ୟରତ ଥିବା ବେଳେ ମାସେ ହେଲା ଛୁଟିରେ ଘରକୁ ଯାଇଥିଲେ। ଗତ ୨୧ ତାରିଖ ଦିନ ସେ ରୋହତକୁ ଦିଲ୍ଲ୍ଲୀ ଆସିଥିବା ବେଳେ ସେଠାରୁ ଗତ କାଲି ଝାରସୁଗୁଡାରେ ପହଁଚିଥିଲେ। ଝାରସୁଗୁଡାରୁ ଗତ କାଲି ବସ୍ ସେ ବାହାରିଥିବା ବେଳେ ଆଜି ଜୟପୁରରେ ପହଁଚି ଏଠାରୁ ମାଲକାନଗିରି ଯାଇଥାନ୍ତେ। କିନ୍ତୁ ଆଜି ଜୟପୁରରେ ବସ ପହଁଚିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବସର କର୍ମଚାରୀ ଦେଖିଥିଲେ। ଘଟଣା ସ୍ଥଳରେ ଜୟପୁର ଟାଉନ ପୋଲିସ ପହଁଚି ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଜୟପୁର ଡାକ୍ତରଖାନାକୁ ପଠାଇଥିଲା। ପରେ ବି.ଏସ୍.ଏଫ୍ ର ତାଙ୍କ ସହଯୋଗୀ ପହଁଚିଥିଲେ।ପୋଲିସ ଏ ନେଇ ଏକ ଅପମୃତ ମାମଲା ଦାୟର କରିଥିବା ବେଳେ ଶବ ବ୍ୟବଛେଦ ପରେ ଶବ ତାଙ୍କ ତାଙ୍କ ଗାଁକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି।

Leave a Reply

   Related Posts