ବିହାରର ଗୟା ବିମାନବନ୍ଦରରେ ୪ ବିଦେଶୀ କରୋନା ପଜିଟିଭ୍ ଚିହ୍ନଟ; ମୋଟ ସଂକ୍ରମିତ ସଂଖ୍ୟା ୪ କୋଟି ୪୬ ଲକ୍ଷ ପାର୍
26/12/2022 at 12:51 PM

ଗୟା: ବିହାର ଗୟା ବିମାନବନ୍ଦରରେ ୪ ବିଦେଶ କୋଭିଡ୍ ପଜିଟିଭ୍ ହୋଇଛନ୍ତି। ଆର୍ଟିପିସିଆର୍ ଟେଷ୍ଟ ପରେ ସେମାନେ ପଜିଟିବ୍ ଥିବା ଜଣାପଡ଼ିଛି। ବିଦେଶି ସଂକ୍ରମିତଙ୍କୁ ଏକ ହୋଟେଲ୍ରେ ସଂଗୋରଧରେ ରଖାଯାଇଛି।
୪ ବିଦେଶୀଙ୍କ ମଧ୍ୟରୁ ଜଣେ ମ୍ୟଆଁମାରରୁ ହୋଇଥିବା ବେଳେ ଜଣେ ଥାଇଲାଣ୍ଡ ଓ ଦୁଇଜଣ ଇଂଲଣ୍ଡରୁ ଆସିଛନ୍ତି। ଏମାନେ ସମସ୍ତେ ବୋଧଗୟା ଯାଉଥିଲେ।
ଗୟା ଜିଲ୍ଲା ମେଡିକାଲ ଅଫିସର ଡାକ୍ତର ରଞ୍ଜନ ସିଂହଙ୍କ ସୂଚନା ଅନୁସାରେ, ମାମଲା ଗମ୍ଭୀର ନୁହେଁଢଷ ତେବେ ସଂକ୍ରମଣକୁ ରୋକିବାକୁ ବିଭାଗୀୟ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।
ସୂଚନା ଥାଉକି ସୋମବାର ଭାରତରେ ୧୯୬ କରୋନା ସଂକ୍ରମିଚ ଚିହ୍ନଟ ହୋଇଛନ୍ତି। ସେହିପରି ଧୀରେ ଧୀରେ କମୁଥିବା କୋଭିଡ୍ ସକ୍ରିୟ ସଂଖ୍ୟା ବର୍ତ୍ତମାନ ୩,୪୨୮ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟି(୪,୪୬,୭୭,୩୦୨) ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫, ୩୦,୬୯୫ ହୋଇଛି।