scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିହାରରେ NIA ଓ ATS ରେଡ୍; PFI ମାମଲାରେ ଚାଲିଛି ଛାପାମାରୀ

2/07/2023 at 10:29 AM

ପାଟଣା: ବିହାରରେ NIA ରେଡ୍ । ରାଜଧାନୀ ପାଟଣା ସମେତ ଦରଭଙ୍ଗା ଜିଲ୍ଲାରେ  NIA ଓ ATS ଟିମ୍ ମିଳିତ ଭାବେ ଛାପାମାରୀ କରିଛି । PFI ଠିକଣାରେ ଚଢ଼ାଉ କରିଛି ସଂଯୁକ୍ତ ଟିମ୍ । ଫୁଲଓ୍ବାରୀ ଥାନା ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ମୁମତାଜ ଅଂସାରୀ ସହିତ ଜଡ଼ିତ ବିଭିନ୍ନ ତଥ୍ୟକୁ ନେଇ ରେଡ୍ ହୋଇଛି । ମୁମତାଜ ଅଂସାରୀ ପିଏଫଆଇ ସହିତ ସମ୍ପର୍କରେ ଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ପୁଲଓ୍ବାରୀ ଶରିଫରେ ଏନଆଇଏ ଏବଂ ଏଟିଏସ ଟିମର ପାଟଣା ପୋଲିସ ମିଶି ଇମାରତ-ଏ-ସରିୟା ସାମ୍ନାରେ ଥିବା ଏକ ହୋଟେଲରେ ଚଢ଼ାଉ ଜାରି ରଖିଛନ୍ତି । ମହମ୍ମଦ ରିୟାଜଉଦ୍ଦିନ୍ କାଶୀମର ଠିକଣାରେ ଛାପାମାରୀ ହେଉଛି । ରାତି ୨ଟା ଏପର୍ଯ୍ୟନ୍ତ ରେଡ୍ ଚାଲିଛି । ଏନଆଇଏ ଚଢ଼ାଉକୁ ନେଇ ଏସଏସପି ଅବକାଶ କୁମାର ସ୍ପଷ୍ଟ କରିଛନ୍ତି ।

   Related Posts